ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଆତ୍ମ-ସୁରକ୍ଷା ତାଲିମ୍ ଶିବିର ଉଦଯାପିତ


ଆସିକା ତା ୨୦/୧ : ଓଡ଼ିଶା ସରକାରଙ୍କ ନାରୀ ସଶକ୍ତିକରଣର ପ୍ରାୟୋଜିତ କାର୍ଯ୍ୟକ୍ରମ ସାପ୍ତାହିକ ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଉଦଯାପିତ ହୋଇଯାଇଛି। ଏହି ତାଲିମ ଶିବିର ପ୍ରଥମ ଦିବସ (୧୩/୧/୨୪)କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀ ଉଦ୍ଘାଟନ କରିଥିବା ବେଳେ ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏବଂ କାର୍ଯ୍ୟକ୍ରମର ସଂଯୋଜିକା ସୁ୍ଶ୍ରୀ ମିନତି ବେହେରାଙ୍କ ସଂଯୋଜନାରେ ଉଦଯାପିତ ହୋଇପାରିଥିଲା। ମୁଖ୍ୟ ଅତିଥି ରୂପେ ଆସିକା ବ୍ଳକର ଶିଶୁ ବିକାଶ ଯୋଜନା ଅଧିକାରୀ ଶ୍ରୀମତୀ ଭାଗ୍ୟଲତା ପାତ୍ର ଏବଂ ସମ୍ମାନିତ ଅତିଥି ରୂପେ କୋଟିନଡା (ଆସିକା) ପୋଲିସ୍ ଷ୍ଟେସନର ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ କୃଷ୍ଣ ଚ଼ନ୍ଦ୍ର ଶାହା, ସ୍ବ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅବସର ପ୍ରାପ୍ତ ପ୍ରଫେସର ପ୍ରସନ୍ନ କୁମାର ପ୍ରଧାନ, ପ୍ରଶାସନିକ ଅଧିକାରୀ ଶଂକର ପ୍ରସାଦ ଅଧିକାରୀ, ଡ.ସ୍ମିତାରାଣୀ ପଣ୍ଡା, ଡ. ନନ୍ଦିତା ଦାଶ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ। ଅଧ୍ୟାପିକା ଶୈଲ କୁମାରୀ ଝା ସମସ୍ତ ଅତିଥିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପୂର୍ବକ ମଞ୍ଚାସୀନ କରାଇଥିଲେ ଓ ମୁଖ୍ୟ ଉଦ୍ଦେଶ୍ୟ ପ୍ରତିପାଦନ କରିଥିଲେ।

ଅଧ୍ୟାପିକା କୁନିକା ଦାଶ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ଏହି ତାଲିମ ଶିବିର ଜାନୁୟାରୀ ୧୩ ତାରିଖରୁ ଆରମ୍ଭ ହୋଇ ଜାନୁୟାରୀ ୨୦ ତାରିଖରେ ସମାପନ ହୋଇଯାଇଛି। ୧୬୦ ଜଣ ଯୁକ୍ତ ଦୁଇ ଛାତ୍ରୀ ଏହି ସାପ୍ତାହିକ ତାଲିମ ଶିବିରରୁ ମାଷ୍ଟର ଟ୍ରେନର ଦ୍ବୟ ସୁଶ୍ରୀ ଶିବାନୀ ମହାରଣା ଏବଂ ସୁଶ୍ରୀ ଲିଜା ପାତ୍ରଙ୍କ ଦ୍ବାରା ଆତ୍ମ-ସୁରକ୍ଷା ତାଲିମ ପ୍ରାପ୍ତ କରିଥିଲେ। ଆଜିର କୁତ୍ସିତ ମନୁଷ୍ୟ ସମାଜରେ ନାରୀ ମାନଙ୍କ ପ୍ରତି ହେଉଥିବା ଅହେତୁକ ଯୌନ ଉତ୍ପୀଡନ, ଅତ୍ୟାଚାର, ବ୍ୟଭିଚାର, ଅଶ୍ଳିଳ ମନ୍ତବ୍ୟ, ପାରିବାରିକ ହିଂସା, ଯୌତୁକ ନିର୍ଯ୍ୟାତନା, ଏସିଡ୍ ମାଡ, ଅସଦାଚରଣ ଇତ୍ୟାଦି ବୈମାନୁଷିକ ଆଚ଼ରଣ ତଥା କାର୍ଯ୍ୟକଳାପରୁ ବର୍ତ୍ତିବା ପାଇଁ ଏହା ଏକ ଓଡ଼ିଶା ସରକାରଙ୍କ ଅଭିନବ ଆୟୋଜନ ବୋଲି ସମସ୍ତ ଅତିଥି ନିଜର ମତ ସାବ୍ୟସ୍ତ କରିଥିଲେ। ସମସ୍ତେ କହିଥିଲେ କେବଳ ନାରୀ ସମାଜରେ ଆତ୍ମନିର୍ଭରଶୀଳ ହେବା ଯଥେଷ୍ଟ ନୁହେଁ, ତତ୍ପଶ୍ଚାତ ଆତ୍ମସୁରକ୍ଷା ମଧ୍ୟ ଏକାନ୍ତ କାମ୍ୟ। କୁତ୍ସିତ ତଥା ହିନମନ୍ୟତା ପୁରୁଷ ସମାଜକୁ ଉଚ଼ିତ୍ ଜବାବ୍ ଦେବାକୁ ହେଲେ ଆତ୍ମସୁରକ୍ଷା ନିତାନ୍ତ ପ୍ରୟୋଜନ ବୋଲି ପ୍ରାୟ ସମସ୍ତ ମଞ୍ଚାସୀନ ଅତିଥି ଯୁକ୍ତି ବାଢିଥିଲେ। ଛାତ୍ରୀମାନଙ୍କ ମାନସିକ ତଥା ଶାରିରୀକ ବିକାଶରେ ମଧ୍ୟ ଆତ୍ମସୁରକ୍ଷା ତାଲିମର ଆବଶ୍ୟକ ଅଛି ବୋଲି କହିଥିଲେ। ଦଶ ଜଣ ତାଲିମପ୍ରାପ୍ତ ଛାତ୍ରୀ ଆତ୍ମସୁରକ୍ଷା ବଳୟର କେତକ ନିତ୍ସକ ଭଙ୍ଗିମା ପ୍ରଦର୍ଶନ କରିଥିଲେ ଏବଂ ସମସ୍ତ ଛାତ୍ରୀଙ୍କୁ ଅତିଥିମାନଙ୍କ କରକମଳରେ ଆତ୍ମସୁରକ୍ଷା ତାଲିମ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ପରିଶେଷରେ ଅଧ୍ୟାପିକା ସୁଶ୍ରୀ ରଶ୍ମିପ୍ରିୟା କାଲୋ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ

Leave a Reply

Your email address will not be published. Required fields are marked *