ଋଷିକୂଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ କ।ର୍ଯ୍ୟକ୍ରମ ଉଦ୍ଘ।ଟିତ
ସୋରଡ଼ା () ଗଞ୍ଜାମ ସୋରଡ଼ା ଋଷିକୁଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ମଧ୍ୟରେ ଏକାଦଶ ଶ୍ରେଣୀ ଛାତ୍ରୀ ମାନଙ୍କ ପାଇଁ ଏକ ଆତ୍ମସୁରକ୍ଷ।ତାଲିମ କାର୍ଯ୍ୟକ୍ରମ ଉଦ୍ ଘାଟିତ ହୋଇ ଯାଇଅଛି। ମୁଖ୍ୟ ଅତିଥି ଭାବେ ଏହାକୁ ଉଦ୍ ଘାଟନ କରିଥିଲେ ଅଧ୍ୟକ୍ଷ ଅନିଲ କୁମାର ଦାସ। ଆଠ ଦିନ ଧରି ଏହି କାର୍ଯ୍ୟକ୍ରମ ଇତିହାସ ଅଧ୍ୟାପିକା ସୁଶ୍ରୀ ଗାୟତ୍ରୀ କୁମାରୀ ଲତାଦେବୀ ସାହୁ ଙ୍କ ତତ୍ତ୍ଵାବଧାନରେ ଓ ମାଷ୍ଟର ଟ୍ରେନର କାଜଲ ଙ୍କ ତାଲିମ ରେ ଚାଲିବ। ଏଥିରେ ସହ ସଂଯୋଜକ ଅଧ୍ୟାପକ ଧର୍ମେନ୍ଦ୍ର ନାଥ ପାତ୍ର, ବକ୍ତା ଭାବରେ ବିଶ୍ୱେଶ୍ୱ ର୍ମହାପାତ୍ର ସୁଶାନ୍ତ ବିଷୋୟୀ ଓ ଗୌରୀ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଛାତ୍ରୀ ମାନଙ୍କୁ ଆଜିର ଯୁଗରେ ଆତ୍ମରକ୍ଷା କୌଶଳ ଶିକ୍ଷା ନିହାତି ସମସ୍ତଙ୍କ ପାଇଁ ଆବଶ୍ୟକ ଓ ଏହି ସୁଯୋଗ ର ସଦବ୍ୟବହାର କରିବା ଆବଶ୍ୟକ ବୋଲି କହିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରାୟ ୮୦ ଜଣ ଛାତ୍ରୀ ଏଥିରେ ଯୋଗ ଦାନ କରିବା ସହ ଅନୁଷ୍ଠାନ ର କର୍ମଚାରୀ ମିନତୀ ପଣ୍ଡା, ପ୍ରଭାକର ଗୌଡ଼ ଓ ଅଶ୍ଵିନୀ ପାଢ଼ୀ ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଧନ୍ୟବାଦ୍ ଅର୍ପଣ କରିଥିଲେ ସଂଯୋଜିକା ଗାୟତ୍ରୀ କୁମାରୀ।
