ଆତ୍ମସୁରକ୍ଷା ଶିବିର ଉଦଯାପନୀ ଉତ୍ସବ

ଆତ୍ମସୁରକ୍ଷା ଶିବିର ଉଦଯାପନୀ ଉତ୍ସବ

ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପ୍ରାୟୋଜିତ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀମାନଙ୍କ ନିମନ୍ତେ ଛଅ ଦିନ ଧରି ଚାଲିଥିବା ଆତ୍ମସୁରକ୍ଷା ଶିବିର ଉଦଯାପନୀ ଉତ୍ସବ ମଡେଲ ଡିଗ୍ରୀ କଲେଜ, ନୟାଗଡ଼ଠାରେ ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା | ମୁଖ୍ୟ ଅତିଥି ଭାବେ ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଡକ୍ଟର ଜ୍ୟୋତି ରଞ୍ଜନ ସାମନ୍ତରାୟ ଯୋଗ ଦେଇ ଛାତ୍ରୀମାନଙ୍କୁ ଦୃଢ଼ମନା ହେବା ସଙ୍ଗେ ସଙ୍ଗେ ଆପଦକାଳୀନ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ବିଭିନ୍ନ କୌଶଳ ବିଷୟରେ ଜ୍ଞାନ ଦେଇଥିଲେ | କାର୍ଯ୍ୟକ୍ରମ ସଂଯୋଜିକା ଅଧ୍ୟାପିକା ରୀନାବାଳା ଘଡ଼େଇ ବିବରଣୀ ପାଠ କରିଥିଲେ | ପ୍ରଶିକ୍ଷଣରେ ଭାଗନେଇଥିବା ଛାତ୍ରୀଙ୍କ ମଧ୍ୟରୁ ଦୁଇଜଣ ତୁଳସୀ ବିଶ୍ବାଳ ଓ ଶୁଭଶ୍ରୀ ମହାନ୍ତି ନିଜର ପ୍ରଶିକ୍ଷଣ ସମୟର ଅଭିଜ୍ଞତା ବର୍ଣ୍ଣନା କରିଥିଲେ | ପୂର୍ବବର୍ଷରେ ପ୍ରଶିକ୍ଷଣ ନେଇଥିବା ପୁରାତନ ଛାତ୍ରୀ ବର୍ଷା ଜେନା ନିଜ ଜୀବନର ଆତ୍ମରକ୍ଷା ସମ୍ବନ୍ଧିତ ଟିପ୍ପଣୀ ପ୍ରଦାନ କରିଥିଲେ | ଡକ୍ଟର ସୀତାରାମ ସ୍ବାଇଁଙ୍କ ପରିଚାଳନାରେ ଏକ କ୍ଷୁଦ୍ର ପ୍ରଶିକ୍ଷଣ ସମ୍ବନ୍ଧିତ ଭିଡିଓ ପ୍ରଦର୍ଶନ କରାଯାଇଥିଲା |

ଅଧ୍ୟାପିକା ଦୀପିକା ରାଣୀ ତୁରୁକ୍ ସଭା ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ସଭାରେ ଗୌରମୋହନ ସାହୁ, ଡକ୍ଟର ସନ୍ତୋଷ କୁମାର ବେହେରା, ଡକ୍ଟର ଜ୍ୟୋତ୍ସ୍ନାରାଣୀ କର, ମଧୁସ୍ମିତା ମହାପାତ୍ର, ଡକ୍ଟର ପ୍ରକାଶ କୁମାର ସାହୁ, ବିଜୟିନୀ ଶୁଭଦର୍ଶିନୀ, ଡକ୍ଟର ଅପରାଜିତା ମିଶ୍ର, ଡକ୍ଟର ସୁନିଲ ଚନ୍ଦ୍ର ପ୍ରଧାନ, ଡକ୍ଟର ଗିରିଶ୍ ଚନ୍ଦ୍ର ନାୟକ, ଡକ୍ଟର ଅନୀୟ କୁମାର ସାମନ୍ତରା, ରୀତିଶ୍ରୀ ମଲ୍ଲିକ, ବିଜୟ କୁମାର ସାହୁ, ମୋନାଲିସା ଦାସ ଜୟସିଂ, ଗୌରୀ ସୈଗଲ ପ୍ରମୁଖ ଉପସ୍ଥିତ ଥିଲେ | ପ୍ରଶିକ୍ଷଣ ନେଇଥିବା ଶତାଧିକ ଛାତ୍ରୀ ମୂଖ୍ୟ ଅତିଥିଙ୍କ ଠାରୁ ନିଜର ସାର୍ଟିଫିକେଟ ଗ୍ରହଣ କରିଥିଲେ |

Leave a Reply

Your email address will not be published. Required fields are marked *