ଆନନ୍ଦପୁର ମହାବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଘାଟିତ

ତା.୦୩.୦୨୦୨୦୨୬ରିଖ ଦିନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ନାରାୟଣ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟିକୁ ଆତ୍ମରକ୍ଷା ସମନ୍ଵୟକାରୀ ମଧୁସ୍ମିତା ସାହୁ ସଂଯୋଜନା କରିଥିଲେ। ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ଆକାଉଣ୍ଟ ବର୍ସାର ଡ. ନିମାଇଁ ଚରଣ ରାଉତ, ଏକାଡେମିକ୍ ବର୍ସାର ଶକ୍ତିପ୍ରସାଦ ମହାପାତ୍ର, ଆଡମିନଷ୍ଟ୍ରେଟିଭ୍ ବର୍ସାର ପ୍ରଫୁଲ୍ଲ କୁମାର ପଣ୍ଡା, ଇଂରାଜୀ ବିଭାଗୀୟ ମୁଖ୍ୟ ଦୁର୍ଗା ଶଙ୍କର ପରିଡ଼ା, ଓଡ଼ିଆ ସାହିତ୍ୟ ବିଭାଗୀୟ ମୁଖ୍ୟ ଶ୍ରୀ ସାହୁ, ଇତିହାସ ବିଭାଗୀୟ ମୁଖ୍ୟ ସଂଘମିତ୍ରା ରାଉତ, ଅଧ୍ୟାପିକା ନିହାରିକା ପାତ୍ର ପ୍ରମୁଖ ଉପସ୍ଥିତ ରହି ଆତ୍ମରକ୍ଷା ତାଲିମ ଶିବିରର ଉଦ୍ଦେଶ୍ୟ, ଆବଶ୍ୟକତା, ଏବଂ ତାର ପ୍ରୟୋଗ ବିଷୟରେ ଛାତ୍ରୀ ମାନଙ୍କୁ ବୁଝାଇ କହିଥିଲେ।

ଏହି ତାଲିମ ଦ୍ଵାରା ଛାତ୍ରୀମାନେ କିଭଳି ଶାରୀରିକ ଓ ମାନସିକ କ୍ଷେତ୍ରରେ ସୁଦୃଢ଼ ହେବେ ତାହା ଜଣାଇଥିଲେ । ଏହି ସଭାରେ ଅଧ୍ୟାପିକା ସବିନା ଆରା ବେଗମ୍, ଆରତୀ ଲୁଗୁନ୍, ପୁଷ୍ପଲତା ରାମ, ସୁଲୋଚନା ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ସଭାର ଅନ୍ତିମ ପର୍ଯ୍ୟାୟରେ ଅଧ୍ୟାପିକା ମିତଶ୍ରୀ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ। ମହାବିଦ୍ୟାଳୟରେ ଏହି ତାଲିମ ଶିବିର ଆଗାମୀ ଆଠ ଦିନ ଧରି ପ୍ରଶିକ୍ଷିକା ଶିମନ୍ତିନୀ ସାହୁଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହେବ। ମହିଳା ଆତ୍ମସୁରକ୍ଷା କାର୍ଯ୍ୟକାରୀ ସମିତି ସଦସ୍ୟା ବାଣିଜ୍ୟ ବିଭାଗୀୟ ମୁଖ୍ୟ ହେମା ଗୁପ୍ତା, ଗଣିତ ବିଭାଗୀୟ ମୁଖ୍ୟ ମିତାଶ୍ରୀ ବେହେରା ଓ ପ୍ରାଣୀବିଜ୍ଞାନ ବିଭାଗର ଲବ୍ରୋଟୋରି ଆସିଷ୍ଟାଣ୍ଟ ତନୁଶ୍ରୀ ପଣ୍ଡାଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମ୍ପାଦିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *