ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ପୁରୀ ଜିଲ୍ଲାରେ ସ୍ବ -ଗଣନା କାର୍ଯ୍ୟ ଆରମ୍ଭ ।
ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ, ଓଡ଼ିଶା ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ମିଳିତ ସମନ୍ୱୟରେ ସମଗ୍ର ଓଡ଼ିଶାର 30 ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ଏବଂ ଗୃହତାଲିକା ପ୍ରସ୍ତୁତି ଆଗାମୀ ଅପ୍ରେଲ୍ 16 ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ଅପ୍ରେଲ୍ 16 ତାରିଖରୁ ମଇ 15 ତାରିଖ ପର୍ଯ୍ୟନ୍ତ ତାଲିମ ପ୍ରାପ୍ତ ଗଣନାକାରୀ ଓ ସୁପରଭାଇଜରମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ । ଏହା ପୂର୍ବରୁ ଅପ୍ରେଲ୍ 1 ତାରିଖରୁ ଅପ୍ରେଲ୍ 15 ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ସ୍ଵ-ଗଣନାର ପ୍ରାବଧାନ ରହିଛି । ଏହି କାର୍ଯ୍ୟକ୍ରମରେ Self-Enumeration Portal (SE) ପୋର୍ଟାଲ(https://se.census.gov.in) ମାଧ୍ୟମରେ ଜନସାଧାରଣ ନିଜର ତଥ୍ୟ ନିଜେ ପ୍ରଦାନ କରି ପାରିବେ । ଏହି ସ୍ଵ-ଗଣନା କାର୍ଯ୍ୟକ୍ରମ ଅପ୍ରେଲ୍ 1 ତାରିଖରୁ ଅପ୍ରେଲ୍ 15 ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ ଅପ୍ରେଲ୍ 16 ତାରିଖରୁ ତାଲିମପ୍ରାପ୍ତ ଗଣନାକାରୀମାନେ ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ ଏବଂ ଆପଣ ପ୍ରଦତ୍ତ କରିଥିବା ତଥ୍ୟର ଯାଞ୍ଚ କରି ଚୂଡ଼ାନ୍ତ କଲା ପରେ ଦାଖଲ କରିବେ । ଭାରତୀୟ ଜନଗଣନାରେ ପ୍ରଥମଥର ସକାଶେ ସ୍ଵ – ଗଣନାର ପ୍ରାବଧାନ ରଖାଯାଇଛି , ଯାହା ଆଜି ଠାରୁ ଆରମ୍ଭ ହେଉଛି ଏବଂ ପୁରୀ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟ ରେ ଏବଂ ପୁରୀ ସହର ର ଜନଗଣନା ର ଭାରପ୍ରାପ୍ତ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଭିମନ୍ୟୁ ବେହେରା ଓ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅରିଜିତ ନାୟକଙ୍କ ସହଯୋଗରେ ଆଜି ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବଙ୍କ ବାସଭବନରେ ତାଙ୍କର ସ୍ଵଗଣନା କାର୍ଯ୍ୟ ସମାପ୍ତ ହୋଇଛି ।

ଏଥି ସହିତ ପୁରୀର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ ଙ୍କ ବାସ ଭବନରେ ତାଙ୍କର ଉପସ୍ଥିତିରେ ସ୍ଵ ଗଣନା କାର୍ଯ୍ୟ ସମାପ୍ତ କରା ଯାଇଛି । ପୁରୀ ଜିଲ୍ଲା ପ୍ରଶାସନର ସାଧାରଣ ବିଭାଗର ଅତିରିକ୍ତ ଜିଲ୍ଲାପାଳ ପ୍ରଶାସକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ବେହେରା , ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ଜନଗଣନା ଅଧିକାରୀ ତଥା ପ୍ରୋଟୋକଲ ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନୀଳମାଧବ ଭୋଇ, DIPRO ଶ୍ରୀ ସନ୍ତୋଷ କୁମାର ସେଠୀ ତାଙ୍କ ନିଜସ୍ୱ ବାସ ଭବନ ରେ ସ୍ଵ ଗଣନା କାର୍ଯ୍ୟ ସମାପ୍ତ କରିଛନ୍ତି। ଏହି ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବାରେ ପୁରୀ ଜିଲ୍ଲାର ସହକାରୀ ଜିଲ୍ଲାପାଳ ତଥା ଉପଜିଲ୍ଲା ଜନଗଣନା ଅଧିକାରୀ ଦିବ୍ୟାଜ୍ୟୋତି ଜେନା, ଜନଗଣନା ନିର୍ଦ୍ଦେଶାଳୟ, ଭୁବନେଶ୍ୱର ରୁ ପୁରୀ ଜିଲ୍ଲା ଜନଗଣନା ଇନ୍ ଚାର୍ଜ ଶ୍ରୀ ବିଜୟ କୁମାର ସାହୁ, ଅତିରିକ୍ତ ABEO ଶ୍ରୀ ରାଜକିଶୋର ସାହୁ ପୁରୀ ସହର ଅଧୀନ ରେ ନିଯୁକ୍ତ ଥିବା ଗଣନାକାରୀ ସ୍ମୃତି ସାଇ ମିଶ୍ର ଏବଂ ଶ୍ରୀୟା ଦାଶ ସହଯୋଗ କରିଥିଲେ ।
