ସ୍ବାୟତ୍ତ ଶାସନ ଦିବସ ପାଳିତ
ପୁରୀ ୩୧/୮ ପୁରୀ ପୌରପାଳିକା ପକ୍ଷରୁ ଆଜି ଟାଉନ ହଲ ଠାରେ ପାଳିତ ହୋଇଥିଲା ସ୍ବାୟତ୍ତ ଶାସନ ଦିବସ।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ନିଜକୁ ନିଜେ ଶାସନ କରିବା ବା ନିଜର ସୁବିଧା ପାଇଁ ନିଜେ ଉତ୍ତରଦାୟୀ ଭାବେ କାର୍ଯ୍ୟ କରିବା ହିଁ ସ୍ବାୟତ୍ତ ଶାସନ ର ମୁଖ୍ୟ ଲକ୍ଷ୍ୟ ବୋଲି କହିଥିଲେ।ପରିମଳ କର୍ମଚାରୀ ମାନଙ୍କ ସେବା ଓ ଉଦ୍ୟମ ଅବର୍ଣ୍ଣନୀୟ।ସେମାନ ଙ୍କୁ ଶୁଭେଚ୍ଛା।ନିଜ ଅଭିଜ୍ଞତା ରୁ ପୁରୀ ପୌରପାଳିକା ର ପ୍ରାଚୀନ ସ୍ଥିତି କୁ ସେ ବର୍ଣ୍ଣନା କରିବା ସହ ନାଗରିକ ମାନଙ୍କ ବିଭିନ୍ନ ସମସ୍ୟା, ଜମି ଜମା ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା ପୁରୀ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳୀ ଭାବେ ବିଖ୍ୟାତ ହୋଇ ଥିବାରୁ ଏହାର ମୌଳିକ ଆବଶ୍ୟକତା, ସ୍ବଛତା ରକ୍ଷା ପ୍ରତି ପ୍ରତ୍ୟେକ ଦାୟିତ୍ୱବାନ ହେବାକୁ ଅନୁରୋଧ କରିଥିଲେ।ପୂର୍ବତନ ନଗରପାଳ ସୁରେନ୍ଦ୍ର ମିଶ୍ର, ଶାନ୍ତିଲତା ପ୍ରଧାନ,ଗୌରହରି ପ୍ରଧାନ, ଏ ବିଶ୍ବନାଥ ରାଓ ପ୍ରମୁଖ ପୌରପାଳିକା ର ବିକାଶ ଓ ସମୃଦ୍ଧି ପାଇଁ ବିବିଧ ପରାମର୍ଶ ଦେଇଥିଲେ।ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଏଥିରେ ଅଧ୍ୟକ୍ଷତା କରି ସମସ୍ତଙ୍କୁ ସ୍ବାଗତ କରିବା ସହ ପୌରପାଳିକା ର ବିକାଶ ଓ ସ୍ବଛତା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଶ୍ୟାମ ପ୍ରକାଶ ସେନାପତି ସଭା ପରିଚାଳନା କରିଥିଲେ।ଏହି ଅବସରରେ ଉଲ୍ଲେଖଯୋଗ୍ୟ କାର୍ଯ୍ୟ ପାଇଁ ବ୍ୟକ୍ତି ବିଶେଷ ଙ୍କୁ ଓ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା।

ସ୍ବାୟତ୍ତ ଶାସନ ଦିବସ ଅବସରରେ ପୂର୍ବାହ୍ନରେ ସିଂହଦ୍ବାର ଠାରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟ ରେ ପ୍ରଦୀପ ପ୍ରଜ୍ବଳନ କରାଯିବା ସହ ସ୍ବଛ ପୁରୀ ପାଇଁ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ସେହିପରି ତାଳବଣିଆ ସ୍ପୋର୍ଟ୍ସ କମ୍ଲେକ୍ସ ଠାରୁ ଗାନ୍ଧୀ ପାର୍କ ପର୍ଯ୍ୟନ୍ତ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହାକୁ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ଉଦଘାଟନ କରିବା ସହ ନିଜେ ସାଇକେଲ ରେ ଗାନ୍ଧୀ ଘାଟ ପର୍ଯ୍ୟନ୍ତ ଆସିଥିଲେ।ପରେ ପୌର କାର୍ଯ୍ୟାଳୟ ଠାରେ ଡା ପାତ୍ର ପତାକା ଉତ୍ତୋଳନ କରିଥିଲେ।ପରେ ପରେ ବାସହୀନ ମାନଙ୍କ ଆଶ୍ରୟ ସ୍ଥଳରେ ଫଳ ବଣ୍ଟନ କରାଯାଇଥିଲା।ଅପରାହ୍ନ ରେ ପରିମଳ କର୍ମଚାରୀ ଙ୍କୁ ବସ୍ତ୍ର ବଣ୍ଟନ ଓ ପ୍ରଧାନମନ୍ତ୍ରୀ ଆବାସ ୨.୦ ଗୃହ ନିର୍ମାଣ ର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା।ସଂଧ୍ୟାରେ ଟାଉନ ହଲ ଠାରେ ପୌର କର୍ମଚାରୀ ଙ୍କ ଦ୍ଵାରା ନାଟକ ଅଫିସ ଚାଲିଛି ମଞ୍ଚସ୍ଥ ହୋଇଥିଲା।କାର୍ଯ୍ୟକ୍ରମ ରେ ପୌର ସ୍ବାସ୍ଥ୍ୟ ଅଧିକାରୀ ଅଶୋକ କୁମାର ମିଶ୍ର,ଅତିରିକ୍ତ ପୌର ନିର୍ବାହୀ ଅଧିକାରୀ ଅରଜିତ ନାୟକ, ଏନଫୋର୍ସମେଣ୍ଟ ଅଫିସର ସ୍ବାଧୀନ ବିଶ୍ୱାଳ, ପୌରପାଳିକା ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।
