ବଜ୍ରପାତ ଓ ସାପକାମୁଡା ପ୍ରତି ସାବଧାନତା ସଂପର୍କରେ ସ୍ୱେଚ୍ଚାସେବି ମାନଙ୍କ ଅଲୋଚନା ଚକ୍ର।

ଫୁଲବାଣୀ:-୦୪/୦୬ ଫୁଲବାଣୀ ; ସାରା ଦେଶରେ ସାପକାମୁଡା ଓ ବଜ୍ରପାତ ରେ ଶିକାର ହୋଇ ବହୁ ଧନ ଜୀବନ ହାନି ହେଉଥିବା ବେଳେ ଏହାକୁ ବିପର୍ଯ୍ୟୟ ତାଲିକା ରେ ଅର୍ନ୍ତଭୂକ୍ତ କରି ଓଡିଶା ସରକାର ମୃତ୍ୟୁ ବରଣ କରୁଥିବା ମନୁଷ୍ୟ ଓ ପଷୁ ସମ୍ପଦ ପାଇଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଓଡିଶା ସରକାର ତାଲିକା ଭୂକ୍ତ କରିଥିବା ୨୧ ଗୋଟି ବିପର୍ଯ୍ୟୟ ମଧ୍ୟରେ ସାପ କାମୁଡା ଓ ବିଜୁଳି ଆଘାତ ଯୋଡା ଯାଇଛି । ସେଥିନିମନ୍ତେ ଜନସାଧାରଣ ଙ୍କ ମଧ୍ୟରେ ସଚେତନା ଶୃଷ୍ଟି କରିବା ପାଇଁ ସରକାର ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତୃପକ୍ଷ ଙ୍କ ସହାୟତା ଓ କନ୍ଧମାଳ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କତୃପକ୍ଷ ଙ୍କ ସହଯୋଗ ରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏବଂ ଅନ୍ୟ ସରକାରୀ ବିଭାଗ ମାଧ୍ୟମରେ ବିଭିନ୍ନ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ମାନ ହାତକୁ ନେଇଛନ୍ତି । ଏହି ପରିପ୍ରେକ୍ଷୀ ରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ଫୁଲବାଣୀ ଠାରେ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ଏକ ଆଲୋଚନା ଚକ୍ର ଆେୟେଜିତ କରିଥିଲେ । ଏହି କାର୍ଯର୍୍ୟକ୍ରମରେ ସଂପାଦକ ହରି ଶଙ୍କର ରାଉତ ଉପସ୍ଥିତ ରହି ସାପ କାମୁଡା ଓ ବଜ୍ରପାତ ପ୍ରତି ସାବଧାନତା ବିଷୟରେ ଆଲୋଚନା କରି ଗାଁ ଗାଁ ରେ ବାର୍ତା ପହଂଚାଇବା ପାଇଁ ଅନୁରୋଧ କରିଥିଲେ । ଘଡଘଡି ଶବ୍ଦ ଶୁଣିଲେ ଖୋଲା ସ୍ଥାନରୁ ଯଥାଶୀଘ୍ର କୌଣସି ପକ୍କା ଘରକୁ ଚାଲି ଯିବା, ବଜ୍ରପାତ ସମୟରେ ଗଛ ତଳେ କିମ୍ବା ବୂଦା ନିକଟରେ ଆଶ୍ରୟ ନ ନେବା, ଖୋଲା ପଡିଆ କିମ୍ବା କ୍ଷେତରେ ନ ରହିବା ଏବଂ ଯଦି ବାହାରେ ଅଛନ୍ତି ତେବେ କିପରି ତଲେ ନିଜେ ନିଜକୁ ବଂଚାଇ ପାରିବେ ସେ କୌଶଳ ମଧ୍ୟ ଶିଖାଇଥିଲେ । ତତ୍ସହିତ ସାପ କାମୁଡିଲେ କଣ କଣ ପଦକ୍ଷେପ ନେବେ ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ । ଅନୁଷ୍ଠାନର କର୍ମୀ ସ୍ନେହଲତା ନାୟକ ବିଭିନ୍ନ ପୋଷ୍ଟର ଓ ଲିଫ୍ ଲେଟ ମାଧ୍ୟମରେ ବୁଝାଇ ଥିଲେ ।

ସାପକାମୁଡିଲେ ସମୟ ନଷ୍ଟ ନକରି ଯଥାଶୀଘ୍ର ଆହତ ବ୍ୟକ୍ତି ଙ୍କୁ ନିକଟସ୍ଥ ଡାକ୍ତରଖାନା କୁ ନେବା , ଆହତ ଅଙ୍ଗକୁ ହଲ୍ଚଲ୍ ନକରିବା, କ୍ଷତ ସ୍ଥାନକୁ ପାଟିରେ ଚୋଷି ବିଷ ବାହାର କରିବାକୁ ଚେଷ୍ଟା ନକରିବା , କ୍ଷତ ଉପରେ ବରଫ ମାଲିସ ନକରିବା କିମ୍ବା ଅନ୍ଧବିଶ୍ୱାଷରେ ଗୁଣିଆ ପାଖକୁ ନେଇ ଝଡା ଫୁଙ୍କା ନକରିବା ଇତ୍ୟାଦି ବିଷୟରେ ବୁଝାଇଥିଲେ । ଆଗାମି ଦିନରେ ଏହିଭଳି ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ର ବିଭିନ୍ନ ସ୍ଥାନରେ ଚାଲିବ ବୋଲି ଜଣାପଡିଛି । ଅନୁଷ୍ଠାନର ବରିଷ୍ଠ କର୍ମୀ ବିଶ୍ୱରଞନ କର ପରିଚାଳନା କରିଥିବା ବେଳେ ସ୍ୱେଚ୍ଛାସେବୀ ଭାବେ ସସ୍ମିତା ନାୟକ, ଅର୍ଚ୍ଚିତା ମଲ୍ଲିକ, ସତରୂପା ବେହେରା, ଯଶୋଦା ମଲ୍ଲିକ, ଯୋସ୍ନାରାଣୀ କହଁର, ଲକ୍ଷ୍ମିପ୍ରିୟା ନାୟକ, ପ୍ରିୟଦର୍ଶନୀ ଦିଗାଲ, ରଶ୍ମିନୀ ଦିଗାଲ, ଅଲିଭା କହଁର, ବିପ୍ରଚରଣ ସାହୁ, ସୀତା ରଣା ଓ ଶିବାନୀ ଜାନୀ ଆଲୋଚନା ରେ ଭାଗ ନେଇଥିଲେ।

Leave a Reply

Your email address will not be published. Required fields are marked *