ପୁରୀ ଲୋକନାଥ ମନ୍ଦିର ନିକଟ ଗଦାଧର ହାଇସ୍କୁଲ ନିକଟରେ ବ୍ରାଉନ ସୁଗାର ବିକ୍ରି
ପୁରୀ ଲୋକନାଥ ମନ୍ଦିର ନିକଟ ଗଦାଧର ହାଇସ୍କୁଲ ନିକଟରେ ବ୍ରାଉନ ସୁଗାର ବିକ୍ରି କରୁଥିବା ବେଳେ ଚାରିଜଣ ଆନ୍ତଃଜିଲ୍ଲା ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁରୀ ପୋଲିସ। ଗିରଫ ଅଭିଯୁକ୍ତଙ୍କ ଠାରୁ ୫୮୩ ଗ୍ରାମ୍ ବ୍ରାଉନ ସୁଗାର ସହ ନଗଦ ୭.୩୨ ଲକ୍ଷ ଟଙ୍କା ଜବତ କରିଛି ପୋଲିସ। ଜବତ ବ୍ରାଉନ ସୁଗାରର ଆନୁମାନିକ ବଜାର ମୁଲ୍ୟ ୫୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ଏଥି ସହ ଗୋଟିଏ ଦେଶୀ ବନ୍ଧୁକ, ୪ ଟି ଜୀବନ୍ତ ଗୁଳି, ୬ଟି ସ୍ମାର୍ଟ ଫୋନ୍, ତିନୋଟି କି ପ୍ୟାଡ୍ ଫୋନ୍, ଗୋଟିଏ ଚାରିଚକିଆ ଯାନ ସହ ବାଇକ ଓ ବୁଲେଟ ମଧ୍ୟ ଜବତ କରିଛି ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି କଣାସ ଥାନା ଅଧିନ କେଶରପୁର ଗ୍ରାମର ସୁମନ୍ତ ସୁନ୍ଦରା, ଜଳେଶ୍ବର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ଏସ୍ କେ ସୁବେଦ, ଜଟଣୀର ଏସ୍ କେ ଇମତିଆଜ୍ ଓ ସତ୍ୟଜିତ ଦାସ। ତେବେ ପୁରୀ ଏସପିଙ୍କ ସୂଚନା ଅନୁଯାୟୀ ୧୬ ତାରିଖ ସନ୍ଧ୍ୟା ସମୟରେ ଏହି ଚାରି ଅଭିଯୁକ୍ତ ଏକ ଚାରିଚକିଆ ଯାନରେ ବସି ଗଦାଧର ହାଇସ୍କୁଲ ନିକଟରେ ବ୍ରାଉନ ସୁଗାର ବିକ୍ରି କରୁଥିଲେ। ବିଶେଷ ସୂତ୍ରରୁ ଖବର ପାଇ ଟାଉନ ଥାନା ପୋଲିସ ଗଦାଧର ହାଇସ୍କୁଲ ନିକଟ ପାର୍କିଂ ରେ ଚଢାଉ କରିଥଲେ। ତେବେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଚାରିଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା ପୋଲିସ। ବାଇଟ – ବିନୀତ ଅଗ୍ରୱାଲ,, ଏସ୍ପି ପୁରୀ l
