ମୌଳିକ ପର୍ଯ୍ୟାୟ ସାରଣୀ ” ଆଧାରିତ ଆଲୋଚନା ଚକ୍ର
୭.୦୪.୨୦୨୫ ରିଖ ସର୍ବପୁରାତନ ବିଦ୍ୟାଳୟ ପି ଏମ ଶ୍ରୀ ବିଶ୍ୱମ୍ଭର ବିଦ୍ୟାପୀଠ,ପୁରୀର ବିଜ୍ଞାନ କ୍ଲବ୍ ଦ୍ଵାରା ବିଦ୍ୟାଳୟ ବିଜ୍ଞାନ ଭବନ ପରିସରରେ ଏକ ବିଜ୍ଞାନ ଆଧାରିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।ଉକ୍ତ ଆଲୋଚନାଟି”ମୌଳିକ ପର୍ଯ୍ୟାୟ ସାରଣୀ” ଉପରେ ପର୍ଯ୍ୟବେଷ୍ଟିତ ଥିଲା ।ଆଲୋଚନା ଚକ୍ରରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ପୁରୀ ଜିଲ୍ଲା ପୂର୍ବତନ ଶିକ୍ଷା ଅଧିକାରୀ ତଥା ବର୍ତ୍ତମାନର ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ଼ା ବିଶ୍ୱଜିତ୍ ଘୋଷ ଏବଂ କାର୍ଯ୍ୟରତ ଜିଲ୍ଲା ଶିକ୍ଷାଧିକାରୀ ଓ ଅତିରିକ୍ତ ଶିକ୍ଷାଧିକାରୀ ମଧ୍ୟ ଉପସ୍ଥିତ ଥିଲେ ବିଦ୍ୟାଳୟର ପୂର୍ବତନ ଛାତ୍ର ତତ୍ ସହିତ ରେଭେନ୍ସା ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ତଥା ଓଡ଼ିଶାର ସୁନାମଧନ୍ୟ ଶିକ୍ଷା ଅନୁସନ୍ଧାନକରି ଅନୁଷ୍ଠାନ “The Uranium”ର ସଭାପତି ଡ଼ ସୁଧାଂଶୁ ଶେଖର ତ୍ରିପାଠୀ । ଉକ୍ତ ସଭାରେ ଡ଼ ଘୋଷଙ୍କୁ ବିଦ୍ୟାଳୟ ତରଫରୁ ମାନପତ୍ର aଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀମତୀ ଶୁଭଶ୍ରୀ ଦାଶ ଓ ଡ଼ ଦାଶଙ୍କ ମିଳିତ ପ୍ରଚେଷ୍ଟାରେ ଏହି କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମ ଟିକୁ ସମ୍ପୂର୍ଣ ରୂପେ ପରିଚାଳନା କରିଥିଲେ ଡ଼ ତ୍ରିପାଠୀ ମହୋଦୟ ।ବିଦ୍ୟାଳୟ ତରଫରୁ ପ୍ରଧାନ ଶିକ୍ଷକ ଶ୍ରୀମତୀ ଦାଶଙ୍କ ନିମନ୍ତ୍ରଣ କ୍ରମେ କେବଳ ବିଦ୍ୟାଳୟ ଭିତରେ ସୀମିତ ନରଖି ଏହି ଆଲୋଚନା ଚକ୍ରରେ ଜିଲ୍ଲାର ସମସ୍ତ ପି ଏମ ଶ୍ରୀ ବିଦ୍ୟାଳୟ ତଥା ଅତିବଡ଼ି ଜଗନ୍ନାଥ ଦାସ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଏବଂ ସାମନ୍ତ ଚନ୍ଦ୍ର ଶେଖର ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ ସାମିଲ ହୋଇଥିଲେ । ଡ଼ ତ୍ରିପାଠୀ ପର୍ଯ୍ୟାୟ ସାରଣୀର ଇତିହାସ ,ମହତ୍ତ୍ଵ ଓ ମନେରଖିବାର ସହଜ ଉପାୟ ଶିଖିବା ସହ ପିଲା ମାନଙ୍କ ମଧ୍ୟରେ ରାସାୟନିକ ବିଜ୍ଞାନ ପ୍ରତି ଆକର୍ଷିତ କରିଥିଲେ ।ଆଲୋଚନା ଚକ୍ରରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନେ ସକ୍ରିୟ ରୂପେ ଭାଗନେଇଥିଲେ ତଥା ବିଦ୍ୟାଳୟର ସମସ୍ତ ବିଜ୍ଞାନ ଶିକ୍ଷକ ଉପସ୍ଥିତ ରହି ଆଲୋଚନା ଚକ୍ରକୁ ସଫଳ ରୂପାୟନ ଦେଇଥିଲେ ।ବିଦ୍ୟାଳୟର ଏପରି ପ୍ରୟାସ ଓ ପ୍ରସ୍ତୁତି ଦେଖି ଡ଼ ତ୍ରିପାଠୀ ବହୁତ୍ ସନ୍ତୁଷ୍ଟି ପ୍ରକାଶ କରିଥିଲେ ତଥା ଉଚ୍ଚକୋଟୀର ଆୟୋଜନ ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀମତୀ ଦାଶଙ୍କୁ ପ୍ରଶଂସା ମଧ୍ୟ କରିଥିଲେ । ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିବା ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କୁ ଡ଼ ତ୍ରିପାଠୀ ଛୋଟ ଉପହାର ଦେଇ ପ୍ରଶଂସା କରିଥିଲେ ।ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଦେଇ ପ୍ରଧାନ ଶିକ୍ଷକ ଶ୍ରୀମତୀ ଶ୍ରୀମତୀ ଦାଶ ସଭା ସାଙ୍ଗ କରିଥିଲେ ।
