ପିଙ୍ଗୁଆ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଦଶମ ଶ୍ରେଣୀ ପରୀକ୍ଷା ନିମନ୍ତେ କେତୋଟି ସହଜ ଉପାୟ ନିମନ୍ତେ ଆଲୋଚନା ଚକ୍ର

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ସର୍ବପୁରାତନ ଅନୁଷ୍ଠାନ ପିଙ୍ଗୁଆ ସରକାରୀ ଉଚ୍ଚ ବିଦ୍ୟାଳୟ ର ସ୍ମାର୍ଟ୍ ଶ୍ରେଣୀ କକ୍ଷରେ ଦଶମ ଶ୍ରେଣୀ ପରୀକ୍ଷା ନିମନ୍ତେ କେତୋଟି ସହଜ ଉପାୟ ନିମନ୍ତେ ଆଲୋଚନା ଚକ୍ର ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଲକ୍ଷ୍ମୀନାରାୟଣ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଅଧ୍ୟକ୍ଷତାରେ ନଭେମ୍ବର ମାସ ଚାରି ତାରିଖ ପୂର୍ବାହ୍ନ ରେ ଅନୁଷ୍ଠିତ ହୋଇଯାଇଛି।ଏହି ଆଲୋଚନା ଚକ୍ରରେ ସରକାରଙ୍କ ନିର୍ଦ୍ଦେଶନାମା ସହ ଦଶମ ଶ୍ରେଣୀ ପରୀକ୍ଷା ରେ ଚାପମୁକ୍ତ ହୋଇ ପରୀକ୍ଷା‌ଦେବାକୁ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ଙ୍କ ସହିତ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅତିଥି ଶିକ୍ଷକ ପ୍ରକୃତିବନ୍ଧୁ ହରିହର ସାହୁ, ଶିକ୍ଷକ ପ୍ରକାଶ ବାରିକ, ଶ୍ରୀକାନ୍ତ ନାୟକ, ଶିକ୍ଷୟିତ୍ରୀ ପଦ୍ମିନୀ ତରାଇ, ସ୍ୱାଗତିକା ବେହେରା, ଲିଜା ଦଳେଇ, କାର୍ଯ୍ୟାଳୟ ସହାୟକ ହୃଷୀକେଶ ଦାସ ଆଲୋଚନା କରିଥିଲେ। ଶତପ୍ରତିଶତ ଉପସ୍ଥାନ, ସଫଳତା ହାସଲ ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ ଦିଆଯାଇଥିଲା।ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନେ କାର୍ଯ୍ୟ କ୍ରମରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *