ଶ୍ରୀବଳଭଦ୍ର ଜନ୍ମ ଓ ଝୁଲଣ ଯାତ୍ରା ସଂପର୍କରେ ଆଲୋଚନା ଚକ୍ର

ଶ୍ରୀ ଜଗନ୍ନାଥ ଭକ୍ତ ସମାଜ, ପୁରୀ ତରଫରୁ ଶ୍ରୀବଳଭଦ୍ର ଜନ୍ମ ଓ ଝୁଲଣ ଯାତ୍ରା ସଂପର୍କରେ ଆଲୋଚନା ଚକ୍ର
ଶ୍ରୀ ଜଗନ୍ନାଥ ଭକ୍ତ ସମାଜ, ପୁରୀ ତରଫରୁ ଭକ୍ତ ସାଲବେଗ ସମାଧି ପୀଠ, ବଡ଼ ଦାଣ୍ଡ, ପୁରୀ ଠାରେ ଶ୍ରୀମନ୍ଦିରରେ ଶ୍ରୀବଳଭଦ୍ରଙ୍କ ଜନ୍ମ ତଥା ଝୁଲଣ ଯାତ୍ରା ସମନ୍ଧରେ ଏକ ଆଲୋଚନା ଚକ୍ର ଅନୁଷ୍ଠାନର ସଭାପତି ଶ୍ରୀ ଶଙ୍କର୍ଷଣ ମଙ୍ଗରାଜଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉପସ୍ଥିତ ଅତିଥି ଓ ଭକ୍ତ ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୟୋଳନ ସହ ମହାପ୍ରଭୁଙ୍କ ଶ୍ରୀହସ୍ତରେ ରକ୍ଷା ସୂତ୍ର ବନ୍ଧନ କରାଯାଇଥିଲା। ଅନୁଷ୍ଠାନର ଉପସଭାପତି ଡ. ପ୍ରଦୀପ ଚନ୍ଦ୍ର ଆଚାର୍ଯ୍ୟ ଜଗନ୍ନାଥାଷ୍ଟକଂ ପାଠ କରିଥିଲେ ଏଥିରେ ମୁଖ୍ୟ ଅତିଥିଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟର ପୂର୍ବତନ ରେଜିଷ୍ଟ୍ରାର ପ୍ରଫେସର ଡ. ପ୍ୟାରୀ ମୋହନ ପଟ୍ଟନାୟକ ଯୋଗ ଦେଇ ଝୁଲଣ ଯାତ୍ରା ମହାପ୍ରଭୁଙ୍କ ରାସଲୀଳା ଏହା କୌଣସି ଦୈହିକ ବାସନା ଚିନ୍ତନର ବସ୍ତୁ ନୁହେଁ ବୋଲି କହିବା ସହ ଏହାର ଦାର୍ଶନିକ ତତ୍ତ୍ଵକୁ ଉପସ୍ଥାପନ କରିଥିଲେ । ଏହା ଶ୍ରୀମନ୍ଦିର ତଥା ଶ୍ରୀକ୍ଷେତ୍ରର ପ୍ରାୟ ସମସ୍ତ ମଠ ମାନଙ୍କରେ ବହୁ ଆନନ୍ଦର ସହ ପାଳନ କରାଯିବା ସହ ଏଥିରେ ଓଡ଼ିଶାର ମୌଳିକ କଳା ସଂସ୍କୃତି ଯଥା ପାଲା, ଦାସ କାଠିଆ, ଓଡ଼ିଶୀ ନୃତ୍ୟ ପ୍ରଭୃତିର ମଧ୍ୟ ପରିବେଷଣ କରାଯାଏ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ କେନ୍ଦ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟର ପୁରାଣ ଇତିହାସ ବିଭାଗର ଅଧ୍ୟାପକ ଡ. କୃଷ୍ଣଚନ୍ଦ୍ର କବି ଭଗବାନଙ୍କ ଅବତାର ବାଦ ଓ ବଳଭଦ୍ରଙ୍କ ଅବତାର ରହସ୍ୟକୁ ଉଦ୍‌ଘାଟନ କରିବା ସହ ଝୁଲଣ ଯାତ୍ରା ସଂପର୍କରେ ଆଲୋଚନା କରିଥିଲେ । ବିଶିଷ୍ଟ ଅତିଥି ଭାବେ ଶ୍ରୀଜଗନ୍ନାଥ ମନ୍ଦିର ପୁରୋହିତ ତଥା ପୁରୀ ରୋଟାରୀ କ୍ଲବର ସଂପାଦକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ମାର୍କଣ୍ଡେୟ ସରୋବରରେ ବଳଭଦ୍ରଙ୍କ ଜନ୍ମ ଉତ୍ସବ ପାଳନ କରାଯାଏ ଓ ଶ୍ରୀସୁଦର୍ଶନଙ୍କ ନଗର ଭ୍ରମଣ ମଧ୍ୟ ହୋଇଥାଏ ବୋଲି କହିଥିଲେ। ଅନୁଷ୍ଠାନର ମାର୍ଗଦର୍ଶକ ଡ. ବଳରାମ ଦାଶ ଯୋଗ ଦେଇ ସ୍ୱାଗତ ଭାଷଣ ଦେବା ସହ ଝୁଲଣର ପରମ୍ପରା ସଂପର୍କରେ ଆଲୋଚନା କରିଥିଲ ଓ ଧନ୍ୟବାଦ ଅର୍ପଣ କରିଥିଲେ । କଣ୍ଠଶ୍ଳିପୀ ପୁଷ୍ପିତା ମାଳା ଓ ବର୍ଷ ପ୍ରିୟ ଦର୍ଶିନୀ ଭକ୍ତି ସଂଗୀତ ଗାନ କରିଥିଲେ। ଏଥିରେ ଶୁଶ୍ରୀ ପୁଷ୍ପିତା ପଟ୍ଟନାୟକ, ପଣ୍ଡିତ ଦିବାକର ଷଡ଼ଙ୍ଗୀ, ଶ୍ରୀମତୀ ସଂଯୁକ୍ତା ମହାପାତ୍ର, ଶ୍ରୀଯୁକ୍ତ ବିଜୟ କୁମାର ସାହୁ, ଡ. ପ୍ରିୟବ୍ରତ ରଥ, ଡ. ଅଜୟାନନ୍ଦ ସାହୁ, ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ମହାପାତ୍ର, ଶ୍ରୀଯୁକ୍ତ କୋଟେଶ ଚନ୍ଦ୍ର ପାତ୍ର ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଅନୁଷ୍ଠାନର ସଂପାଦକ ଡ.ଶଶିକାନ୍ତ ରଥ ସଭା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ମହାପ୍ରଭୁଙ୍କ କଥାକୁ ପ୍ରଚାର ପ୍ରସାର କ୍ଷେତ୍ରରେ ଗୁରୁତ୍ୱ ପୂର୍ଣ୍ଣ ସେବା ପ୍ରଦାନ କରୁଥିବା ପ୍ରିଣ୍ଟ ମିଡିଆ ତଥା ଇଲୋକ୍ଟ୍ରୋନିକ୍ସ ମିଡ଼ିଆରେ କାର୍ଯ୍ୟରତ ବନ୍ଧୁମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *