ସାହିତ୍ୟ ଏକାଡ଼େମୀ ଏବଂ ଚିକିଟୀ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଆଲୋଚନା ଚକ୍ର।

ଚିକିଟି, 18/3 : ସାହିତ୍ୟ ଅକାଦେମି ଏବଂ ଚିକିଟୀ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ *ଦକ୍ଷିଣ ଓଡ଼ିଶାର ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ଓ ସାହିତ୍ୟର ସ୍ଥିତି* ସମ୍ପର୍କରେ ଏକ ଆଲୋଚନାଚକ୍ର ଗୌରହରି ଦାସଙ୍କ ସଭାପତିତ୍ବରେ ଚିକିଟୀ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏହି ଆଲୋଚନାଚକ୍ର ତିନୋଟି ପର୍ଯ୍ୟାୟରେ ପାଳିତ ହୋଇଛି। ଉଦଘାଟନୀ ଅଧିବେଶନ,ପ୍ରଥମ ଅଧିବେଶନ ଏବଂ ଦ୍ଵିତୀୟ ଅଧିବେଶନ।ଉଦଘାଟନୀ ପର୍ବରେ ସଭାମୁଖ୍ୟ ଭାବେ ମଞ୍ଚାସିନ ଥିଲେ ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ଆବାହକ ଗୌରହରି ଦାସ,ମୁଖ୍ୟ ଅତିଥି ରୂପେ ସ୍ଵତନ୍ତ୍ର କର୍ତ୍ତବ୍ୟ ରତ ଅଧିକାରୀ ଓଡ଼ିଆ ଭାଷା ପ୍ରତିଷ୍ଠାନ ଭୁବନେଶ୍ୱରର ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଭବାନୀ ପ୍ରସାଦ ପଣ୍ଡା, ମୂଳ ପ୍ରବନ୍ଧ ପାଠକ ଭାବେ ବିଶିଷ୍ଟ ଗବେଷକ ଡ଼. ଲମ୍ବୋଦର ପାଣିଗ୍ରାହୀ, ସାହିତ୍ୟ ଅକାଦେମି, କୋଲକତା ଆଞ୍ଚଳିକ କାର୍ଯ୍ୟାଳୟର ସହାୟକ ସମ୍ପାଦକ କ୍ଷେତ୍ରବାସୀ ନାଏକ ଏବଂ ଚିକିଟୀ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ମୁଖ୍ୟ ଡ଼. ସଞ୍ଜୟ କୁମାର ପଣ୍ଡା।ଏହି ଅଧିବେଶନରେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଓଡ଼ିଆ ଅଧ୍ୟାପକ ଶ୍ରୀ ପ୍ରକାଶ ବେହେରା,ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଡ଼. ନାଏକ, ଦକ୍ଷିଣ ଉପାନ୍ତ ଅଞ୍ଚଳର ଭାଷା ଓ ସାହିତ୍ୟ ସମ୍ପର୍କରେ ସୁଦୀର୍ଘ ଅଭିଭାଷଣ ରଖିଥିଲେ ଡ. ପାଣିଗ୍ରାହୀ,ଅଧ୍ୟକ୍ଷ ଡ.ପଣ୍ଡା ପ୍ରାରମ୍ଭିକ ସୂଚନା ତଥା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ।ମୁଖ୍ୟ ଅତିଥି ଦକ୍ଷିଣ ଉପାନ୍ତ ଓଡ଼ିଶା ଆଜି ସାହିତ୍ୟର ମୂଳ ସ୍ରୋତରୁ ବିଚ୍ୟୁତ ହୋଇ ସେହି ପାରମ୍ପରିକ ଧାରାରେ ବିଶେଷ କରି କାବ୍ୟ କ୍ଷେତ୍ରରେ ରହିଛି ବୋଲି ମତ ଦେଇଥିଲେ।ଡ.ଦାସ ଏହା ସତ୍ୟ କିନ୍ତୁ ମୂଳସ୍ରୋତ କୁ ଆମକୁ ଯିବାକୁ ପଡିବ ବୋଲି କହି ବିଭିନ୍ନ ସାହିତ୍ୟର ଉଦାହରଣ ସହ ଆଲୋକପାତ କରିଥିଲେ।ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସମସ୍ତଙ୍କ ପାଖରେ ଦୃଷ୍ଟି ଶକ୍ତି ଅଛି କିନ୍ତୁ ଦୃଷ୍ଟିକୋଣ ନାହିଁ।ସାହିତ୍ୟ ସର୍ଜନା ନିମନ୍ତେ ଦୃଷ୍ଟିକୋଣ ଓ ଆବେଗର ଆବଶ୍ୟକତା ରହିଛି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ଏହି ଅଧିବେଶନ ଟିକୁ ପରିଚାଳନା କରିଥିଲେ ଅଧ୍ୟାପକ ଡ଼. ସଞ୍ଜୟ କୁମାର ପଣ୍ଡା। ପ୍ରଥମ ଅଧିବେଶନରେ ସଭା ମୁଖ୍ୟ ଭାବେ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ବିପିନ୍ ନାୟକ ପ୍ରବନ୍ଧ ପାଠକ ଭାବେ ମଞ୍ଚାସିନ ଥିଲେ ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗରେ ମୁଖ୍ୟ ଅଧ୍ୟାପିକା ଡ .ଉଷାରାଣୀ ରଥ ,ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓଡ଼ିଆ ବିଭାଗ ଅଧ୍ୟାପକ ଦେବୀ ପ୍ରସାଦ ଶତପଥୀ। ଡ. ରଥ ଦକ୍ଷିଣ ଉପାନ୍ତ ଅଞ୍ଚଳର ବ୍ୟାକରଣ ସ୍ରଷ୍ଟାଙ୍କ ସମ୍ପର୍କରେ ଏକ ଭିତ୍ତି ପ୍ରବନ୍ଧ ଉପସ୍ଥାପନା କରିଥିବା ସ୍ଥଳେ ଡ. ଶତପଥୀ ଦକ୍ଷିଣ ଉପାନ୍ତ ଅଞ୍ଚଳରେ ଭାଷାର ସ୍ଥିତି ସମ୍ପର୍କରେ ନିଜର ସୁଚିନ୍ତିତ ମତାମତ ରଖିଥିଲେ।ଶ୍ରୀ ନାୟକ ଦୁଇଟି ପ୍ରବନ୍ଧ ସମୀକ୍ଷା କରି ଦୁଇ ପ୍ରବନ୍ଧ ପାଠକ ଙ୍କୁ ପ୍ରଶଂସା କରିଥିଲେ।ଏବଂ ଦ୍ଵିତୀୟ ଅଧିବେଶନରେ ବ୍ରହ୍ମପୁର ସ୍ଥିତ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଓଡ଼ିଆ ବିଭାଗର ମୁଖ୍ୟ ଡ .କୁଳମଣି ଓଝାଙ୍କ ପୌରହିତ୍ୟରେ ପ୍ରବନ୍ଧ ପାଠ କରିଥିଲେ କ୍ଷେତ୍ର ମୋହନ ବିଦ୍ୟାଳୟ,ନରେନ୍ଦ୍ରପୁର ଅଧ୍ୟକ୍ଷ ଡ.ହୃଷୀକେଶ ପଣ୍ଡା ଏବଂ ମହାବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗର ଦୁଇ ଛାତ୍ରୀ ସୁଶ୍ରୀ ସଂଗୀତା ଦାସ ଓ ରୂପାଲି ମହାନ୍ତି।ଏହି ଅଧିବେଶନରେ ଡ.ପଣ୍ଡା ଦକ୍ଷିଣ ଉତ୍କଳ ଉପାନ୍ତ ଅଞ୍ଚଳର ଲୋକାଚାର ଓ ଲୋକକଳା ସମ୍ପର୍କିତ ପ୍ରବନ୍ଧ ପାଠ କରିଥିଲେ। ଡ. ଓଝା ଦକ୍ଷିଣ ଉପାନ୍ତ ଓଡ଼ିଶାର ସଙ୍ଗୀତ ସମଗ୍ର ଓଡ଼ିଶାକୁ ନୂତନ ଦିଗ ଦେଇଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ।ଦକ୍ଷିଣ ଉପାନ୍ତ ଅଞ୍ଚଳର ଭାଷା ସାହିତ୍ୟ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଦୁଇ ମହାନ ବ୍ୟକ୍ତି ଡ. ଅଲେଖ ଚନ୍ଦ୍ର ପ୍ରଧାନ ଏବଂ ଡ.ଅଶୋକ କୁମାର ପଣ୍ଡାଙ୍କୁ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ତରଫରୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା।ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ବିଦ୍ୱାନ ବ୍ୟକ୍ତି ତଥା ଡ ଲକ୍ଷ୍ମୀ ନାରାୟଣ ପଣ୍ଡା, ଡ. ସୁମିତା ମିଶ୍ର, ଡ.ରିନା ସାହୁ, ଡ ରାଜେନ୍ଦ୍ର ମହାପାତ୍ର,ଅଧ୍ୟାପିକା ମୌସୁମୀ ପାଢୀ,ଗବେଷକ କୁରେସୁ ମହାରଣା,ଅଧ୍ୟାପକ ତୋଫାନ ସାହୁ ଏବଂ ଓଡ଼ିଆ ବିଭାଗର ସମସ୍ତ ବିଦ୍ୟାର୍ଥୀ ଉପସ୍ଥିତ ରହିଥିଲେ।ସମସ୍ତ କାର୍ଯ୍ୟକ୍ରମକୁ ସୁପରିଚଳରେ ସହାୟ ହୋଇଥିଲେ ଡ. ବିଶ୍ଵନାଥ ପାଣିଗ୍ରାହୀ, ଡ ବାବୁଲି ବେହେରା ଏବଂ ଅଧ୍ୟାପିକା ନିଳୀମା ବେହେରା।ଶେଷରେ ଅଧ୍ୟାପକ ପ୍ରକାଶ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ। ମହାବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇ ପାରିଛି।

Leave a Reply

Your email address will not be published. Required fields are marked *