ସିନିଅର ସିଟିଜେନ୍ ଓ ଶାରୀରିକ ଆସକ୍ଷମ ବ୍ୟକ୍ତିମାନଙ୍କ ପାଇଁ ବୈଠକ ଅନୁଷ୍ଠିତ

ସିନିଅର ସିଟିଜେନ୍ ଓ ଶାରୀରିକ ଆସକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଚନ୍ଦନଯାତ୍ରା ଓ ଦେବସ୍ନାନ ପୂର୍ଣ୍ଣିମାରେ ବିଶେଷ ସୁବିଧା ସମ୍ବନ୍ଧରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲଙ୍କ ନେତୃତ୍ୱରେ ବୈଠକ ଅନୁଷ୍ଠିତ।

ପୁରୀ, ୦୭ ମଇ ୨୦୨୫ – ଚଳିତ ଚନ୍ଦନ ଯାତ୍ରା ଓ ଆସନ୍ତା ଦେବସ୍ନାନ ପୂର୍ଣିମା-୨୦୨୫ ପାଇଁ ସିନିଅର ସିଟିଜେନ୍ ଓ ଶାରୀରିକ ଆସକ୍ଷମ ବ୍ୟକ୍ତିମାନଙ୍କ ଉପରେ ବିଶେଷ ଧ୍ୟାନ ଦେଇ ପୁରୀ ଜିଲ୍ଲା ପୋଲିସ ଏକ ବୈଠକ ଅନୁଷ୍ଠିତ କରାଯାଇଥିଲା। ଏହି ବୈଠକରେ ୧୬୦ ରୁ ଉର୍ଦ୍ଧ ସିନିୟର ଲୋକ ମାନେ ଉପସ୍ଥିତ ରହିଥିଲେ କିଛି ଲୋକଙ୍କ ର ଦାବି ଥିଲା ଚନ୍ଦନ ଯାତ୍ରା ରେ ତାଙ୍କ ପାଇଁ ବସିବା ଵେବସ୍ତା କରାଯାଉ ଓ ନରେନ୍ଦ୍ର କୋଣ ଠାରେ ଫିଡ଼ବ୍ୟାକ ଠାରେ ମଧ୍ୟ କିଛି ସିନିୟର ଲୋକ ମଧ୍ୟ ଆରକ୍ଷୀ ଅଧିକ୍ଷକଙ୍କୁ ଶ୍ରୀ ଅଗ୍ରୱାଲଙ୍କୁ ଜଣାଇଥିଲେ ଏହାକୁ ଦୃଷ୍ଟରେ ରଖି ଆସନ୍ତା କାଲି ଠାରୁ ଆମର ସିନିୟର ବ୍ୟକ୍ତିଙ୍କ ପାଇଁ ବସିବା ବ୍ୟବସ୍ଥା କରାଯିବ ବୋଲି ଆରକ୍ଷୀ ଅଧିକ୍ଷକ ଜଣାଇଛନ୍ତି।

ଏହି ବୈଠକରେ ତଳୋଲ୍ଲିଖିତ ପ୍ରସ୍ତାବିତ ପଦକ୍ଷେପ ଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି:

A. ଚନ୍ଦନ ଯାତ୍ରା – ୨୦୨୫

ନିର୍ଦ୍ଧିଷ୍ଟ ଦର୍ଶନ କ୍ଷେତ୍ର: ବୃଦ୍ଧ ଓ ଶାରୀରିକ ଆସକ୍ଷମ ବ୍ୟକ୍ତିମାନଙ୍କ ପାଇଁ ବୈଠକ ଓ ବ୍ୟବସ୍ଥିତ ଚେୟାର ସହିତ ଏକ ନିର୍ଦ୍ଧିଷ୍ଟ ଦର୍ଶନ କ୍ଷେତ୍ର ନିର୍ଦ୍ଧାରଣ।

ମେଡିକାଲ ସହଯୋଗ: ଏକ BLS ଆମ୍ବୁଲାନ୍ସ ତେଜ ପ୍ରତିକ୍ରିୟା ପାଇଁ ରଖାଯିବ।

ପାନୀୟ ଜଳ ଓ ସୋଫ୍ଟ ଡ୍ରିଙ୍କ: ଦର୍ଶନ କ୍ଷେତ୍ରରେ ଡ୍ରିଙ୍କିଂ ୱାଟର ବୋତଲ ଓ ଶିତଳ ପାନୀୟ ବ୍ୟବସ୍ଥା।

B. ଦେବସ୍ନାନ ପୂର୍ଣିମା – ୨୦୨୫

ବୃଦ୍ଧ ଓ ଶାରୀରିକ ଅସକ୍ଷମ ଟେଣ୍ଟ: ମାର୍କେଟ ଛକ ଓ ଦୋଳବେଦୀ କୋଣ ଛକ ସ୍ଥାନରେ ସହଯୋଗ କେନ୍ଦ୍ର ଖୋଲାଯିବ।

ବିଶ୍ରାମ କ୍ଷେତ୍ର: ଫିଶ୍ ମାର୍କେଟ ଛକ, ଟାଉନ ଥାନା ସାମ୍ନା, ମାରଚିକୋଟ ଛକ, ଦୋଳବେଦୀ କୋଣ ଇତ୍ୟାଦି ସ୍ଥାନରେ ଛାୟାଯୁକ୍ତ ବିଶ୍ରାମ କ୍ଷେତ୍ର କରାଯିବ।

ଚାଲିବା ସାହାଯ୍ୟ ଉପକରଣ ଓ ସହାୟକ ଦଳ: ହ୍ୱିଲ୍‌ଚେୟାର, ସାଥି ସହିତ ଦର୍ଶନ ଦିଆଯିବା।

ସିନିଅର ସିଟିଜେନ୍ ପାସ୍/ଆଇଡି: ସ୍ଥାନୀୟ ବୃଦ୍ଧଙ୍କ ପାଇଁ ସହଜ ଆଇଡି ପ୍ରଦାନ ଆସନ୍ତା ଦିନମାନଙ୍କରେ ଆହୁରି ଶୀଘ୍ର ବଣ୍ଟନ ସୁବିଧା କରାଯିବ ।

ଚିକିତ୍ସା ସୁବିଧା: ସ୍ୱାସ୍ଥ୍ୟ ବିଭାଗ ସହ ଏକଠି ମେଡିକାଲ ଟିମ୍ ଓ BLS ଆମ୍ବୁଲାନ୍ସ ରଖାଯିବ।

ପୋଲିସ୍‌ ଓ ସୋଛାସେବୀ ସହଯୋଗ: ପୋଲିସ ଓ ସୋଛାସେବୀ ମାନେ ମନ୍ଦିର ପ୍ରବେଶ ପଏଁଟରେ ସହାୟକ କରିବା ପାଇଁ ରହିବେ।

ଅତିଆବଶ୍ୟକ ନମ୍ବର (ସିନିଅର ସିଟିଜେନ୍ ପାଇଁ): 63709-72100 ଦିଆଗଲା
ଯଦି କୌଣସି ଅସୁବିଧା ହୁଏ ତେବେ ଆମର
ନୋଡାଲ୍ ଅଫିସର: ତାରା ଜାସ୍‌ମିନ୍ ଗୁରିଆ, ଡିଏସପି IUCAW, ପୁରୀ (9437390096)

ଯେଉଁ ବୃଦ୍ଧ ବ୍ୟକ୍ତିଙ୍କ ଘରେ ଅନ୍ୟ କେହି ନାହାନ୍ତି, ସେମାନେ ଏହି ନମ୍ବରକୁ ଯୋଗାଯୋଗ କରିପାରିବେ। ଆମ ଟିମ୍ ତାଙ୍କ ପାଖକୁ ଯାଇ ଯଥାସମ୍ଭବ ତ୍ୱରିତ ସହଯୋଗ ପ୍ରଦାନ କରିବ।

ଏହି ମିଟିଙ୍ଗରେ ତିନିଜଣ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସୁଶୀଲ ମିଶ୍ର, ଶ୍ରୀ ସଚିନ ପଟେଲ ଓ ସୌମ୍ୟରଂଜନ ମଲ୍ଲିକ, ସିଟି ଡ଼ିଏସପି ଶ୍ରୀ ପ୍ରଶାନ୍ତ ସାହୁ, ମନ୍ଦିର ଏସି ଶ୍ରୀ ଘନଶ୍ୟାମ ହେମ୍ବ୍ରମ ଓ ବିଜୟ ନନ୍ଦ ଓ ଟ୍ରାଫିକ ଡ଼ିସପି ଶ୍ରୀ ରାଜକୁମାର ପରିଡା, ଟ୍ରାଫିକ ଅଧିକାରୀ ଶ୍ରୀ ଜୟଦୀପ ମହାନ୍ତି, ଟାଉନ ଅଧିକାରୀ ଶ୍ରୀ ଗୋକୁଳ ରଞ୍ଜନ ଦାସ, ସିଂହଦ୍ୱାର ଅଧିକାରୀ ଶ୍ୱେତପଦ୍ମା ଦାଶ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *