ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଭଦ୍ରକ ଜିଲ୍ଲା ପ୍ରଶାସନଙ୍କ ମିଳିତ ଉଦ୍ୟମରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ

ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଭଦ୍ରକ ଜିଲ୍ଲା ପ୍ରଶାସନଙ୍କ ମିଳିତ ଉଦ୍ୟମରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ ହୋଇଯାଇଛି। ଏହି ଯୋଜନା ଅନ୍ତର୍ଗତ ଜିଲ୍ଲାର ୪ଟି ପୌରାଞ୍ଚଳ ଓ ୭ଟି ବ୍ଲକର ୧୧୭ ଜଣ ବରିଷ୍ଠ ନାଗରିକ ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ବାଲେଶ୍ୱର ଅଭିମୁଖେ ବାହାରିଛନ୍ତି।ଏହି ଅବସରରେ ବିଧାୟକ ଶ୍ରୀ ସୀତାଂଶୁ ଶେଖର ମହାପାତ୍ର ଉପସ୍ଥିତ ରହି ସବୁଜ ପତାକା ଦେଖାଇ ତୀର୍ଥଯାତ୍ରା ଗାଡ଼ିର ଶୁଭାରମ୍ଭ କରିଥିଲେ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସୁଚନା ଦିଆଯାଇଛି ଯେ, ଆସନ୍ତା ୭ ଜାନୁଆରୀ ରେ ତୀର୍ଥଯାତ୍ରୀମାନେ ବାଲେଶ୍ୱରରୁ ଟ୍ରେନ୍‌ ଯୋଗେ ରାମେଶ୍ୱରମ୍ ଓ ମଦୁରାଇ ଅଭିମୁଖେ ତୀର୍ଥଯାତ୍ରା କରି ୧୨ ତାରିଖରେ ଫେରିବେ।“ରାଜ୍ୟ ସରକାର ଓ ଭଦ୍ରକ ଜିଲ୍ଲା ପ୍ରଶାସନଙ୍କ ସହଯୋଗରେ ଏହି ତୀର୍ଥଯାତ୍ରା ସୁସଂଗଠିତ ଭାବେ ସଫଳ ଭାବରେ ସମ୍ପନ୍ନ ହୋଇଥିବାରୁ, ଯାତ୍ରାରେ ସାମିଲ ସମସ୍ତ ତୀର୍ଥଯାତ୍ରୀମାନେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନଙ୍କୁ ହୃଦୟପୂର୍ବକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।”

Leave a Reply

Your email address will not be published. Required fields are marked *