ବ୍ୟାସନଗର ସିନିୟର ସେକେଣ୍ଡାରୀ ପବ୍ଲିକ ସ୍କୁଲ ରେ ବିଜ୍ଞାନ ମେଳା ଓ ଖାଦ୍ୟ ପରିବେଷଣ ମେଳା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ବ୍ୟାସନଗର ପବ୍ଲିକ ସ୍କୁଲ ର ଖେଳ ପଡିଆ ରେ ବିଭିନ୍ନ ସ୍କୁଲର ପିଲାମାନଙ୍କ ଦ୍ଵାରା ବିଜ୍ଞାନ ମେଳା ସହିତ ଖାଦ୍ୟ ପରିବେଷଣ ଓ ସାଂକୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା l ସ୍କୁଲର ପ୍ରିନସିପାଲ ଡ଼ ଦେବସ୍ମିତା ସାହୁ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିଶୁ ରୋଗ ବିଶେଷଜ୍ଞ ଡ଼ ପ୍ରସନ୍ନ କୁମାର ସାହୁ ଓ ଡ଼ ଅଶୋକ ପ୍ରିୟଦର୍ଶି ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କ ସ୍ୱାସ୍ଥ୍ୟର ଯତ୍ନ, ବିଜ୍ଞାନ ଶିକ୍ଷା, ଖାଦ୍ୟ ର ଗୁରୁତ୍ୱ ଉପରେ ଛାତ୍ର ଛାତ୍ରୀ ଓ ଅଭିଵାବକ ମାନଙ୍କୁ ଉଚିତ ପରାମର୍ଶ ଦେଇଥିଲେ l ସଂମ୍ମାନିତ ଅତିଥି ଭାବେ ଯାଜପୁର ରୋଡ ଅଗ୍ନିଶମ ଅଧିକାରୀ ତାପସ କୁମାର ମନ୍ତ୍ରୀ, ପରିଚାଳନା କମିଟି ର ସଭାପତି ଭାରତ ଭୂଷଣ ଦେଓ, ପୂର୍ବତନ ପୌରଧ୍ୟକ୍ଷା ସବିତା ରାଉତ, ବ୍ୟାସନଗର ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ପୂର୍ବତନ ଅଧକ୍ଷ୍ୟ ସୌରଭମୟ ଦାସ ଅଧିକାରୀ, ଯାଜପୁର ରୋଡ ଉପ ଡାକଘର ପରିଚାଳକ ଦେବ ରଞ୍ଜନ ଦେଓ, ଅବସରପ୍ରାପ୍ତ ପ୍ରାଧ୍ୟାପିକା ପୁନପୁନ ଦାସ, ଅଧ୍ୟାପକ ଦିଲୀପ ବେହେରା, ଇଂ କେ. ଏଲ. ସାହୁ ଓ ପରିଚାଳନା କମିଟି ର ସଦସ୍ୟ ଉଷମଞ୍ଜରୀ ସାହୁ ପ୍ରମୁଖ ଯୋଗ ଦେଇ ପିଲାମାନଙ୍କୁ ଉଚିତ ମାର୍ଗରେ ଶିକ୍ଷା ପ୍ରଦାନ କରିବା ପାଇଁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ପରାମର୍ଶ ଦେବା ସହିତ ପିଲାମାନଙ୍କ ଓ ସ୍କୁଲ ର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ l ପିଲାମାନଙ୍କ ଭିତରେ ରହିଥିବା ଅନ୍ତର୍ନିହିତ ଗୁଣାବଳୀ ତଥା ବୈଜ୍ଞାନିକ ଓ ସାଂକୃତିକ ପ୍ରତିଭା କୁ ପ୍ରକାଶ କରିବା ସହିତ ଲୋକଲୋଚନ କୁ ଆଣିବା ପାଇଁ ଏଭଳି ଏକ କାର୍ଯ୍ୟକ୍ରମ ର ଆୟୋଜନ କରିଥିବା ପ୍ରିନସିପାଲ ଡ଼ ସାହୁ କହିଥିଲେ l ଏଥି ସହିତ ଏହି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ଓ ଅଭିଵାବକ ମାନଙ୍କ ସହଯୋଗ ରେ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ର ପରିବେଷଣ କରାଯାଇଥିଲା l ଅନୁଷ୍ଠାନ ତରଫରୁ ଅଧ୍ୟାପିକା ପ୍ରଜ୍ଞା ପରିମିତା ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମସ୍ତ ଅତିଥି ମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସଂମ୍ମାନିତ କରାଯାଇଥିଲା l ସର୍ବଶେଷ ରେ ସ୍କୁଲ ପିଲାମାନଙ୍କ ଦ୍ୱାରା ବିଭିନ୍ନ ସାଂକୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ମାନେ ସହଯୋଗ କରିଥିଲେ lଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live
