ସିଆରସିସି ଙ୍କ ସିରିଜ ଦୁର୍ଘଟଣା ; ୩ଗୁରୁତର, ୩ ବାଇକ୍ କ୍ଷତିଗ୍ରସ୍ତ
ଗୋପ – ନିମାପଡା ରୁ କୋଣାର୍କ ଏବେ ଦୂର୍ଘଟଣା ପ୍ରବଣ ଏରିଆରେ ପରିଣତ ହେଲାଣି l ବିଗତ କଛିଦିନ ନିୟମିତ ଛୋଟ ବଡ଼ ଦୁର୍ଘଟଣା ଘଟୁଛି l ରାସ୍ତା ଉପରେ ବୁଲା ଗୋରୁ ଓ କୁକୁରଙ୍କ ଅଧିକାଂଶ ଦୁର୍ଘଟଣାରେ ସମ୍ମୁଖୀନ ହେଉଛି l କିଛି ଚାଳକଙ୍କ ଅନ୍ୟମନସ୍କ ଯୋଗୁ ଦୁର୍ଘଟଣା ହେଉଥିବେଳେ ଆଉ କିଛି ଦ୍ରୁତ ଗତି ଯୋଗୁ ତ ଆଉ କିଛି ମଦ୍ୟପାନ ଯୋଗୁ ଦୃଘଟଣା ଘଟୁଥିବା ଜଣାପଡୁଛି l ମଙ୍ଗଳବାର ଅପରାହ୍ନରେ ପୁନଃ ଏକ ସିରିଜ ଦୃଘଟଣାଗ୍ରସ୍ତ ହୋଇଛି ଏକ କାର l ଗୋପରୁ କୋଣାର୍କ ଅଭିମୁଖେ ଯାଉଥିବା ଏକ କାର ଡ଼୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଏକ ବାଇକ ଆରୋହୀକୁ ଧକ୍କା ଦେଇ ଆଉ ୩ଟି ବାଇକ ଉପରେ ଚଢ଼ିଯାଇ ଏକ ଗ୍ରୋସରୀ ଦୋକାନ ଭିତରେ ପସିଗଲା l

କାର ଚାଳକ ସୁରକ୍ଷିତ ଥିବାବେଳେ ବାଇକ ଆରୋହୀ ତିନିଜଣ ଗୁରୁତର ତାଙ୍କୁ ଭୁବନେଶ୍ୱର ର ୬ ନମ୍ବର ହସ୍ପିଟାଲ କୁ ସ୍ଥାନ୍ତାରିତ କରାଯାଇଛି l କରା ଚାଳକ ହେଲେ କୋଣାର୍କ ଅଞ୍ଚଳ ରବୀନ୍ଦ୍ରନାଥ ବାହିନୀପତି l ଭୈରବ ନୋଡାଲ ସ୍କୁଲ୍ କେନ୍ଦ୍ର ସାଧନ ସଂଯୋଜକ ବା ସିଆରସିସି ଭାବେ କାର୍ଯ୍ୟରତ l ଗୋପ ମେଡିକାଲରେ ଡାକ୍ତର ପ୍ରାଥମିକ ଚିକିତ୍ସା କରାଯିବା ପରେ ସମସ୍ତ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କାରଯାଇଛି। ଗୁରୁତର ତିନିଜଣ ଗୋପ ବେଦପୁର ଦେବରାଜ ପଣ୍ଡା, ଜଗତସିଂହପୁର ନାଉଙ୍ଗା ଅଞ୍ଚଳର ସ୍ମୁତି ରଞ୍ଜନ ପଣ୍ଡା, ଏବଂ କଟକ ନଖରା ଅଞ୍ଚଳର ବିକାଶ ନାଥ ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରେ ଗୋପ ପୋଲିସ ପହଞ୍ଚି ବାଇକ ଓ କାର କୁ ଜବତ କରିବା ସହିତ କାଏ ଚାଳକ ରବୀନ୍ଦ୍ର ବାହୀନିପତିଙ୍କୁ ଅଟକ ରଖିଛନ୍ତି l
