ଗୁରୁତର ଆହତ ଥିବା ବିଜେପି କର୍ମୀଙ୍କୁ ବଡ଼ ମେଡ଼ିକାଲରେ ଭେଟିଲେ ମନ୍ତ୍ରୀ ବିଭୂତି ଜେନା

ଗୁରୁତର ଆହତ ଥିବା ବିଜେପି କର୍ମୀଙ୍କୁ ବଡ଼ ମେଡ଼ିକାଲରେ ଭେଟିଲେ ମନ୍ତ୍ରୀ ବିଭୂତି ଜେନା ବ୍ରହ୍ମପୁର, ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ଠାରେ ପାଞ୍ଚ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ ଘଟଣାରେ ଆହତ ତିନି ବିଜେପି କର୍ମୀଙ୍କ ସମେତ ଅନ୍ୟ ଦୁଇ ଜଣ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭେଟିଲେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଜେନା । ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝିବା ସହ ପରିବାର ସଦସ୍ୟଙ୍କୁ ଭେଟିଥିଲେ । ଦୁଇ ଜଣ ଗୁରୁତରଙ୍କୁ ସ୍ଥାନାନ୍ତର କରାଯିବ ବୋଲିି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି । ଗୁଣ୍ଡାରାଜକୁ ଦୃଢ଼ ହସ୍ତରେ ଦମନ କରାଯିବ ଏବଂ ଉକ୍ତ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲିି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି

। ଆଜି ତାଙ୍କ ସହିତ ବ୍ରହ୍ମପୁର ଏସପି ଡ଼.ଶର୍ବଣା ବିବେକ ଏମ୍,ବଡ଼ ମେଡ଼ିକାଲ ସୁପେରିଟେଣ୍ଡେଣ୍ଟ ଶ୍ରୀମତୀ ସୁଚିତ୍ରା ଦାସ,ବିଜେପିର ବରିଷ୍ଠ ନେତା ସୁନିଲ କୁମାର ସାହୁ,ରାମ କୁମାର ପାତ୍ର,ପ୍ରଭାତ କିରଣ ଷଡ଼ଙ୍ଗୀ,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଏଲ୍.ମୋହନ ଦାସ,ବି.ସୋମନାଥ ପାତ୍ର,କେ.ରବି ରାଓ,ଯୁବନେତା ସୁନିଲ ପାତ୍ର,ରାଜେଶ ସାହୁ,କମାଲ ପାତ୍ର ପ୍ରମୁଖଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *