ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଯୁବକ ମୃତ୍ୟୁ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଯୁବକ ମୃତ୍ୟୁ ଗତକାଲି ରାତିରେ ତୁମୁସିଙ୍ଗା ଗାଁ ପୂର୍ତ୍ତ ବିଭାଗ ରାସ୍ତା ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ। ମୃତ ଯୁବକ ଜଣକ ହେଲେ ତୁମୁସିଙ୍ଗା ଥାନା ଶ୍ରୀମୂଳା ଗ୍ରାମର ମିଥୁନ ସାହୁ। ରାତିରେ ବାଇକ ଯୋଗେ ଫେରୁଥିବା ସମୟରେ ରାସ୍ତା ମଝିରେ ଠିଆ ହୋଇଥିବା ଟ୍ରାକ୍ଟର ସହ ଧକ୍କା ହୋଇଥିଲା। ତାଙ୍କୁ ନିକଟସ୍ଥ ଅଁଳାବେରେଣୀ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ଯ ତାଙ୍କ ଜୀବନ ଚାଲିଯାଇଥିଲେ। ଏ ବର୍ଷେ ତଳେ ତାଙ୍କର ବିବାହ ହୋଇଥିଲା। ଘରେ ତାଙ୍କ ପତ୍ନୀଙ୍କ ଛଡା ଛୋଟ ଝିଅଟିଏ ଓ ପିତାମାତା। ଘରର ଏକମାତ୍ର ସାହା ଭରଷା ଥିଲେ। ଏ ଖବର ସମଗ୍ର ଅଞ୍ଚଳରେ ଦୁଃଖର ବାତାବରଣ ଖେଳାଇ ଦେଇଛି।

Leave a Reply

Your email address will not be published. Required fields are marked *