ଧାମନଗର ଗୋଷ୍ଠୀ କେନ୍ଦ୍ରରେ ସେବା ଓ ସମର୍ପଣ ଅଭିଯାନ
ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ରେ ଥିବା “ସ୍ୱାସ୍ଥ୍ୟ ଗୋଷ୍ଠୀ କେନ୍ଦ୍ର “ରେ ଆଜି ଭାରତୀୟ ଜନତା ପାର୍ଟି ତରଫରୁ ସମର୍ପଣ ଅଭିଯାନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଭାରତବର୍ଷର ଯୋଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ 71ତମ ଜନ୍ମଦିନ ଅବସରରେ ଏହା ଦେଶ ବ୍ୟାପି ଏହି ଶିବିର ଆରମ୍ବ କରାଯାଇଛି। ଏହା ଦ୍ୱାରା ଗରିବ ଖଟିକିଆ ଠାରୁ ଆରମ୍ଭ କରି ରାସ୍ତା କଡରେ ପଡ଼ିଥିବା ବେସାହାରା ଲୋକ ମାନଙ୍କୁ ବସ୍ତ୍ର ଦାନ. ଫଳ ବଣ୍ଟନ.ଔଷଧ ବଣ୍ଟନ. ବୃକ୍ଷ ରୋପଣ ଓ ହସ୍ପିଟାଲ ରେ ଥିବା ଦିବ୍ୟାଙ୍ଗ ଗରିବ ଲୋକମାନଙ୍କୁ କିଭଳି ସୁଷମ ଖାଦ୍ୟ ପାଇ ପାରିବେ ତାଙ୍କ ଚିକିତ୍ସା କିଭଳି ଭଲରେ ହେବ ସେତିଲାଗି” ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଅବସରରେ ସେପ୍ଟେମ୍ବର 17 ତାରିଖ ଠାରୁ ଆରମ୍ବ ହୋଇ ଅକ୍ଟୋବର 7 ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ଓ ଅକ୍ଟୋବର 2 ତାରିଖ ରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସ୍ଵଛଭାରତ ଭଳି ଅନେକ କାର୍ଯ୍ୟକ୍ରମ ଭାରତୀୟ ଜନତା ପାର୍ଟି ତାର କାମ ହାତ କୁ ନେଇଛି ଏହି ସମର୍ପଣ ସଭା ବା ରକ୍ତଦାନ ଶିବିରରେ ଧାମନଗର ବ୍ଲକ ର ଥିବା ଭାରତୀୟ ଜନତା ପାର୍ଟିର କାର୍ଯ୍ୟ କର୍ତ୍ତାମାନେ ଉପସ୍ଥିତ ଥିଲେ। ଏହି ରକ୍ତଦାନ ଶିବିର ରେ 71 ୟୁନିଟ ରକ୍ତ ସଂଗ୍ରହ କରାଯାଇଛି.ବିଜେପି ମୋର୍ଚ୍ଚାର ସୂର୍ଯ୍ୟବଂଶୀ ସୁରାଜ ଓ ବିଜେପିର ବରିଷ୍ଠ ନେତା ଅଶୋକ ପୁହାଣ. ଜିଲ୍ଲା ପରିଷଦ ମନୋଜ ମଲ୍ଲିକ. ଉମାମଣୀ ସାହୁ(ଜିଲ୍ଲା ପରିଷଦ ). ବୈକୁଣ୍ଠ ସାହୁ. ଶ୍ରୀକାନ୍ତ ନାୟକ.ଶୁଭବଙ୍କର ନାୟକ. ଦୀପ୍ତି ରଞ୍ଜନ ଯେନା. ବିଜୟଙ୍କ ସାହୁ. ରାଜେନ୍ଦ୍ର ସାହୁ. ବୀରେନ୍ଦ୍ର ଯେନା. ରାଜେଶ ବେହେରା. ରାଜୀବ ନାୟକ. ପୁଷ୍ପ ଲତା ବେହେରା. ଶ୍ରୀଧର ବେହେରା.ପ୍ରଫୁଲ୍ଲ ପାତ୍ର. ରାମଚନ୍ଦ୍ର ମିଶ୍ର. ଅରବିନ୍ଦ ପତି. ଅଜୟ ବଳ ପ୍ରମୁଖ ଏ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ରିପୋର୍ଟ :-ପୁନିଲ କୁମାର ସାମନ୍ତ।
