ସେବାୟତ ପ୍ରିମିୟର ଲିଗ କ୍ରିକେଟ ଚଳିତ ମାସ ୧୫

ପୁରୀ ୧୩/୨ ଆସନ୍ତା ଫେବୃଆରୀ ୧୫ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେଆୟୋଜିତ ହେବ ସେବାୟତ ପ୍ରିମିଅର୍ ଲିଗ୍ କ୍ରିକେଟ।ଶ୍ରୀମନ୍ଦିର ଟ୍ରଫି ନାମରେ ଆୟୋଜିତ ଏହି କ୍ରିଡାରେ ୧୪ ଟି ଟିମ୍ ସାମିଲ ହେବେ ଓ ଭାଗ ନେବେ ୨୨୪ ଜଣ ଶ୍ରୀମନ୍ଦିର ସେବାୟତ ଖେଳାଳି ।ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ପ୍ରେସ ମିଟ ମାଧ୍ୟମରେ ଟ୍ରଫି ଓ ଜର୍ସି ଉନ୍ମୋଚନ ହୋଇଛି। ଛତିଶା ନିଯୋଗ ର ୧୪ ନିଯୋଗ ଏହି ଲିଗ୍ ରେ ଭାଗ ନେଉଥିବା ବେଳେ ସମସ୍ତ ଟିମ ପାଇଁ ସ୍ଵତନ୍ତ୍ର ଜର୍ସି ବ୍ୟବସ୍ଥା ହୋଇଛି ।ଛତିଶା ନିଯୋଗ ପକ୍ଷରୁ ଆୟୋଜିତ ଏହି ଲିଗକୁ ଜିଲ୍ଲା ପ୍ରଶାସନ ସହଯୋଗ କରୁଛନ୍ତି। ଚାମ୍ପିଅନ ଟିମ୍ ପାଇଁ ୨୦ ହଜାର,ରନର୍ସ ଅପ୍ ପାଇଁ ୧୫ ହଜାର,ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ଯଥାକ୍ରମେ ୧୦ ହଜାର ଓ ୫ ହଜାର ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ର ବ୍ୟବସ୍ଥା ରଖାଯାଇଛି ।୮ ଦିନ ଧରି ଚାଲିବାକୁ ଥିବାଏହି ଲିଗ୍ ଦିବାରାତ୍ର ବିଶିଷ୍ଟ ହେବ । ପୁରୀର ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ରେ ମ୍ୟାଚ ହେବ ।

ପ୍ରତ୍ୟେକ ଲିଗ୍ ମ୍ୟାଚ୍ ୧୫ ଓଭର୍ ବିଶିଷ୍ଟ ଓ ସେମି ଫାଇନାଲ ଫାଇନାଲ ମ୍ୟାଚ ୨୦ ଓଭର ବିଶିଷ୍ଟ ହେବ ।ସେବାୟତ ମାନଙ୍କ ଭିତରେ ଏକତ୍ଵ,ଭାଇଚାରା ଓ ଅଙ୍ଗୀକାରବଦ୍ଧତା ଏହି କ୍ରିକେଟ ଲିଗ୍ ର ଉଦ୍ଦେଶ୍ୟ ରହିଛି କହିଛନ୍ତି ସେବାୟତ ନିଯୋଗର କର୍ମକର୍ତ୍ତା ସର୍ବଶ୍ରୀ ରାମକୃଷ୍ଣ ଦାସ ମହାପାତ୍ର, ବିନାୟକ ଦାସ ମହାପାତ୍ର, ଅନନ୍ତ ଚରଣ ତିଆଡି ଓ ମାଧବ ଚନ୍ଦ୍ର ପୂଜାପଣ୍ଡା।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ କୁମାର ସାହୁ ସମସ୍ତଙ୍କୁ ସ୍ବାଗତ ଓ ଲିଗ ସମ୍ପର୍କରେ ସୂଚନା ଦେଇଥିଲେ।ଏଥିରେ ବିଭିନ୍ନ ନିଯୋଗ ର କର୍ମକର୍ତ୍ତା ଓ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *