ବାଲିଘାଟକୁ କେନ୍ଦ୍ର କରି ଯମୁନାକୋଟ ଗାଁରେ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ ଉଭୟ ଗୋଷ୍ଠିର ୬ଜଣ ଆହତ
କାମାକ୍ଷାନଗର, ତା-୨୩-୧୦-୨୦୨୧- ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଯମୁନାକୋଟ ଗାଁରେ ମର୍ଥ।ପୁର ବାଲିଘାଟକୁ କେନ୍ଦ୍ର କରି ଖଣ୍ଡା ଓ ଭୁଜାଲିରେ ଉଭୟ ଗୋଷ୍ଠି ମୁଁହା ମୁହିଁ ୬ ଜଣ ଆହତ ।ଗୋଟିଏ ଗୋଷ୍ଠୀର ୪ରୁ ୫ ଜଣ ଯୁବକଙ୍କ ଆକ୍ରମଣ ରେ ଗାଁର ଗୁରୁତର ମାନେ ହେଲେ ଗାଁର ସଂଜିତ ବାରିକ, ତାଙ୍କର ବାପା ସର୍ବେଶ୍ବର ବାରିକ୍ ଓ ଶିବ ପ୍ରସାଦ ବାରିକ ଆହତ ହୋଇ ଭୁବନ ମେଡ଼ିକାଲରେ ଭର୍ତି ହୋଇଥିବା ବେଳେ ସେହିପରି ପାଲଟା ଆକ୍ରମଣରେ ଅନ୍ୟ ଗୋଷ୍ଠୀର ମଧ୍ୟ ୩ଜଣ ଆହତ ହୋଇ ଜିର।ଳ ମେଡ଼ିକାଲ ପରେ ଢେ଼ଙ୍କାନାଳ ମେଡ଼ିକାଲ ସ୍ଥାନାନ୍ତର ହୋଇଛନ୍ତି ସେମାନେ ହେଲେ ପ୍ରତାପ ବେହେରା, ରାଜୀବ ଲୋଚନ ବେହେରା, ନୃସିଂହ ସାମଲ ସେମାନଙ୍କ ମଧ୍ୟରୁ ପ୍ରତାପ ବେହେରା ଗୁରୁତର ଭାବରେ ଆହତ ହୋଇଛନ୍ତି ।ପୋଲିସ ଘଟଣାର ତଦନ୍ତ କରୁଛି ।
ରିପୋର୍ଟର-ପ୍ରକାଶ କୁମାର ପାତ୍ର।
