ଶହିଦ୍ ଭଗତ୍ ସେନା ର ରକ୍ତ ଦାନ ଶିବିର ଆୟୋଜନ ଶହିଦ୍ ଭଗତ୍ ସିଂହ, ସୁଖଦେବ ଦବ ଓ ରାଜଗୁରୁଙ୍କ ୯୫ତମ ବଳିଦାନ ଦିବସ

ଶହିଦ୍ ଭଗତ୍ ସେନା ର ରକ୍ତ ଦାନ ଶିବିର ଆୟୋଜନ ଶହିଦ୍ ଭଗତ୍ ସିଂହ, ସୁଖଦେବ ଦବ ଓ ରାଜଗୁରୁଙ୍କ ୯୫ତମ ବଳିଦାନ ଦିବସ ଉପଲକ୍ଷେ ଭଦ୍ରକର ମହାରାଜ ଅଗ୍ରସେନ ଭବନ, ଚରମ୍ପା ଠାରେ ସଂଗଠନର ଆବାହକ ତଥା ଭଦ୍ରକର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୀତାଂଶୁ ସେଖର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଥୁଲା Iକାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୋପାଳ ଜୀଉ ଗୋଶାଳା ଠାରେ ଓଡ଼ିଶା ସରକାରଙ୍କ ଙ୍କ ମାନ୍ୟବର ଖଣି, ଇସ୍ପାତ, ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ଓ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀମାନ୍‌ ସୂର୍ଯ୍ୟବଂଶୀ ସୂରଜ ଗୋପୂଜନ କରି ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ଚରମ୍ପାରେ ପହଞ୍ଚିଥିଲେ। ପରେ ଅତିଥ୍ ତିଥ୍ୟାମାନଙ୍କୁ ପାରମ୍ପରିକ ଭାବେ ସ୍ବାଗତ କରାଯାଇଥିଲା ।

ଏହି କାର୍ଯ କାର୍ଯ୍ୟକ୍ରମରେ ଭଦ୍ରକଟ ଦ୍ରକର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୀତାଂଶୁ ସେଖର ମହାପାତ୍ର, ବିଶିଷ୍ଟ ପ୍ରବଚକ ଶ୍ରୀମାନ୍ ସଂଗ୍ରାମ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରବି ନାରାୟଣ ସାହୁ, ଭାଜପା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଭଗବାନ ପଣ୍ଡା ଓ ଅବସରପ୍ରାପ୍ତ ସୈନିକ ସଂଘର ଉପଦେଷ୍ଟା ଶ୍ରୀ ମହେଶ୍ବର ଦୀକ୍ଷିତ ଉପସ୍ଥିତ ଥିଲେ।ଏହି ରକ୍ତଦାନ ଶିବିରରେ ସଂଗଠନର ସଦସ୍ୟ ଓ ସୁଭେଛୁମାନଙ୍କ ସହ‌ଯୋଗରେ ମୋଟ ୩୪୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଶେଷରେ ସଂଗଠନର ବରିଷ୍ଠ ଉପଦେଷ୍ଟା ଶ୍ରୀଯୁକ୍ତ ମନୋଜ ରାୟ ଧନ୍ୟବାଦ ଅର୍ପଣ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *