ଶୈବ ପାଞ୍ଚାଳ ବିଶ୍ବବ୍ରାହ୍ମଣ ପରିବାର ହିଞ୍ଜିଳିକାଟୁ କମିଟି ଗଠନ ଏବଂ ବୃକ୍ଷ ରୋପଣ ।
ହିଞ୍ଜିଳି କାଟୁ :- ଶୈବ ପାଞ୍ଚାଳ ବିଶ୍ବବ୍ରାହ୍ମଣ ପରିବାର ହିଞ୍ଜିଳିକାଟୁ ଗଞ୍ଜାମର ପାରିବାରିକ ବନ୍ଧୁମିଳନ ବୈଠକ ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହିଞ୍ଜିଳି ପୌର ପରିଷଦ ଅନ୍ତର୍ଗତ ନୃସିଂହ ମନ୍ଦିର ପରିସରରେ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଆବାହକ କତପଲ୍ଲୀ ବାଲାରାଜୁ ଆଚାରୀଙ୍କ ତତ୍ବବଧାନରେ ପରିଚାଳନା ହୋଇଥିଲା ।ଶୈବ ପାଞ୍ଚାଳ ବିଶ୍ବ ବ୍ରାହ୍ମଣ ପରିବାରର ସର୍ବସମ୍ମତ୍ତି କ୍ରମେ ସଭାପତି , ଉପସଭାପତି , ସଂପାଦକ ଏବଂ କୋଷାଧ୍ୟକ୍ଷଙ୍କୁ ଚୟନ କରି କମିଟି ଗଠନ କରାଯାଇ ବନ୍ଧୁ ମିଳନ ଓ ବିଭିନ୍ନ ପ୍ରସ୍ଥାବ ଏବଂ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ଶୈବ ପାଞ୍ଚାଳ ବିଶ୍ବବ୍ରାହ୍ମଣ ପରିବାର ହିଞ୍ଜିଳିକାଟୁର ସ୍ବତନ୍ତ୍ର ଶ୍ମଶାନ ସକାଶେ ନିର୍ଦ୍ଧିଷ୍ଟ ଜମି ନିମନ୍ତେ ପୌର ପରିଷଦ ଅଧ୍ୟକ୍ଷଙ୍କୁ ଅବଗତି କରିଯିବ ଲାଗି ନିଷ୍ପତ୍ତି ନିଆଯାଇଛି । ପରସ୍ପରକୁ ସାହାଯ୍ୟ ,ସୁଖଦୁଃଖରେ ଭାଗୀଦାର ସହିତ ପ୍ରତ୍ୟେକ ପରିବାରର ଅସୁବିଧା ସମୟରେ ମିଳିତ ଉପସ୍ଥିତ ରହିବା ଆବଶ୍ୟକତା ନେଇ କମିଟି ଗଠନ ଲକ୍ଷ୍ୟ ଥିଲା ବୋଲି କମିଟି ସୁଚନା ରହିଛି । ତତ୍ ସହିତ ପ୍ରତ୍ୟେକ ମାସିକ ବୈଠକ ପ୍ରତ୍ୟେକ ଶେଷ ରବିବାର ଦିନ ଅନୁଷ୍ଠିତ ହେବା ନିମନ୍ତେ ବୈଠକରେ ପାରିତ କରାଗଲା ।ନୂତନ କମିଟିର ସଭାପତି ବ୍ରହ୍ମଶ୍ରୀ ଏ ଶଙ୍କର ପ୍ରସାଦ ଆଚାରୀ , ଉପସଭାପତି ବ୍ରହ୍ମଶ୍ରୀ ବି. କେଦାର ନାଥ ଆଚାରୀ ,ସମ୍ପାଦକ ବ୍ରହ୍ମଶ୍ରୀ କତମୁଲା ତିରୁମଲା ଆଚାରୀ , କୋଷାଧ୍ୟକ୍ଷ ବ୍ରହ୍ମଶ୍ରୀ ଜହଲାଲ ଆଚାରୀ ଙ୍କ ଅଧ୍ୟକ୍ଷତାରେ ଲକ୍ଷ୍ମୀନୃସିଂହ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କରାଯାଇଥିଲା । ପରିଶେଷରେ ଏହି ବୈଠକର ମୁଖ୍ୟ ଆବାହକ କତପଲ୍ଲୀ ବାଲାରାଜୁ ଆଚାରୀଙ୍କୁ ଶୈବ ପାଞ୍ଚାଳ ବିଶ୍ବବ୍ରାହ୍ମଣ ପରିବାର ଏବଂ କମିଟିବୃନ୍ଦ ଧନ୍ୟବାଦ ଜଣାଇଛନ୍ତି ।
ଗଞ୍ଜାମ ଜିଲ୍ଲା ଆସିକା ରୁ ରଞ୍ଜନ କୁମାର ରାଉତ ଙ୍କୁ ରିପୋର୍ଟ
