ଝିଙ୍କ ପଦା ରେ ଶନି ମନ୍ଦିର ପ୍ରତିଷ୍ଠା l
କପ୍ତିପଦା ତା ୧/୪ କପ୍ତିପଦା ବ୍ଲକ ଅନ୍ତର୍ଗତ ଝିଙ୍କ ପଦା ଶୈବ୍ୟ ପୀଠ ପରିସର ମଧ୍ୟ ରେ ବିଘ୍ନ ବିନାଶକ ପ୍ରଭୁ ଶ୍ରୀ ଶନି ଦେବ ଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ମାର୍ଚ୍ଚ ମାସ ୨୨ ତାରିଖ ରେ ଅଙ୍କୁରା ରୋପଣ, ୨୫ତାରିଖ ରେ ଯଜ୍ଞ ର ଅଧିବାସ, ମଙ୍ଗଳାରୋପଣ ଵିଧି ବିଧାନ ଅନୁସାରେ ଅନୁଷ୍ଠିତ ହୋଇଯାଇଥିଲା l ୨୭ମାର୍ଚ୍ଚ ଦିନ ସକାଳ ପ୍ରହରେ ୩0୦ ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଭକ୍ତ ନିକଟସ୍ଥ ସୋନ ନଦୀ ରୁ ଘଟତ୍ତୋଳନ କରି ବିଶାଳ ଶୋଭା ଯାତ୍ରାରେ ଯଜ୍ଞ ମଣ୍ଡପ ନିକଟରେ ସ୍ଥାପନ କରିଥିଲେ l ପରେ ପରେ ଯଥା ରୀତି ପୂର୍ବକ ପୂଜାର୍ଚନା କରାଯାଇ ପରେ ୨୯ତାରିଖ ଦିନ ଯଜ୍ଞ ର ପୂର୍ଣ୍ଣାହୁତି କର୍ମ ଅନୁଷ୍ଠିତ ହୋଇଥିଲା l ପ୍ରତିଦିନ ସେଠାରେ ସାଂସ୍କୃତିକ କାର୍ଯ୍ୟ କର୍ମ ସହ ଭକ୍ତ ମାନଙ୍କ ଲାଗି ପ୍ରସାଦ ବିତରଣ କରାଯାଉଥିଲା l ଏହି ପ୍ରତିଷ୍ଠା ଉତ୍ସବ ଲାଗି ପୁରୀ ଜଗନ୍ନାଥ ମନ୍ଦିର, ଶନି ସିଙ୍ଗାପୁର, କଲିକତା ର ଦକ୍ଷିଣ କାଳୀ, ପ୍ରସିଦ୍ଧ ଘଟଗାଁ ମା ତାରିଣୀ, ଖିଚିଂ ର ମା କିଚକେଶ୍ବରୀ, ବାରିପଦା ର ଆରାଧ୍ୟ ଦେବୀ ମା ଅମ୍ବିକା, କପ୍ତିପଦା ରାଜ ଗଡ଼ ରେ ପୂଜା ପାଉଥିବା ବିରାଟପାଟେ ଶ୍ୱରୀ , ଦଧି ବାମନ ମନ୍ଦିର, ସିଦ୍ଧି ଦାତ୍ରୀ ମା ଚଣ୍ଡୀ, ଉଦଳା ର ମା ବାଗଦେବୀ, ବାବା ଝିଙ୍କେଶ୍ୱର ମହାପ୍ରଭୁ, ମା ବସୁଲୀ, କଟିଆ ଶୁଣୀ, ଇଛାବତୀ, ନିକଟରୁ ଆଣି ଯଜ୍ଞ କର୍ମ ଅନୁଷ୍ଠିତ ହୋଇଥିଲା l ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଗ୍ରାମ ବାସୀ କାର୍ଯ୍ୟ କର୍ମ ର ସୁ ପରି ଚାଳନା ରେ ସହଯୋଗ କରିଥିଲେ l ବିଶେଷ କରି ଝିଙ୍କପଦା ଗ୍ରାମର ମାନ୍ୟ ଗଣ୍ୟ ତଥା ବରିଷ୍ଠ ବ୍ୟକ୍ତି ରମାକାନ୍ତ ପାଣିଗ୍ରାହୀ ଙ୍କ ତତ୍ୱାବୋଧନା ରେ ପ୍ରତିଷ୍ଠା ଉତ୍ସବ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା l
