ଶାନ୍ତି ଶକ୍ତି ଭବନରେ ଶଙ୍କର ନେତ୍ରାଳୟ ତରଫରୁ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ l

ଆସିକା :ଆଜି ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭବନରେ ଶଙ୍କର ନେତ୍ରାଳୟ ସମର ଝୋଳ ଶାଖା ପକ୍ଷରୁ ନିଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି l ଶାନ୍ତି ଶକ୍ତି ଭବନର ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀଙ୍କ ସଂଯୋଜନାରେ ଆୟୋଜିତ ଏହି ଶିବିରକୁ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ ଅବସର ପ୍ରାପ୍ତ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଶ୍ଯାମଘନ ବିଶ୍ଵାଳ l

କାର୍ଯ୍ୟକ୍ରମରେ ଶଙ୍କର ନେତ୍ରାଳୟର କ୍ୟାମ୍ପ ମ୍ୟାନେଜର ଚିତ୍ରସେନ ଗୌଡ, ସ୍ୱାସ୍ଥ୍ୟ କର୍ମୀ ଅକ୍ଷୟ କୁମାର ପ୍ରଧାନ, ଟେକନିସିଅନ୍ ଶ୍ଵେତା ଦଳେଇ,ନନ୍ଦିନୀ ମହାରଣା, ସୋନାଲି ସ୍ଵାଇଁ ଓ ଶୁଭଶ୍ରୀ ପଣ୍ଡା ଶିବିର ପରିଚାଳନା କରିଥିଲେ l ଶିବିରରେ 62 ଜଣ ଭଉଣୀ ଭାଇଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ 7 ଜଣଙ୍କୁ ନିଶୁଳ୍କ ଚଷମା ପ୍ରଦାନ କରାଯାଇଥିଲାl ଏବଂ 10 ଜଣଙ୍କୁ ଅସ୍ତ୍ରୋପଚାର ପାଇଁ ସମରଝୋଳ ସ୍ଥିତ ଶଙ୍କର ନେତ୍ରାଳୟକୁ ସ୍ଥାନାନ୍ତରିତ କରାଯାଇଛି l କାର୍ଯ୍ୟକ୍ରମ ପରିଚାଳନାରେ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ସମସ୍ତ ଭଉଣୀ ଭାଇ ସହଯୋଗ କରିଥିଲେ l

ଗଞାମ ଜିଲ୍ଲା ଆସିକା ରୁ ରଞ୍ଜନ କୁମାର ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *