ସରିଲା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ‘ମହକ୍ ୨୦୨୩’
ଭଦ୍ରକ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ମହକ ଉଦଯାପିତ ହୋଇଛି । ଭଦ୍ରକ ସହରର ସହିଦ ସ୍ମୃତି ଭବନ ଠାରେ ଜିଲ୍ଲା ଘରୋଇ ସ୍କୁଲ ସଂଘ ଓ ଲାୟନ୍ସ କ୍ଲବ ଅନୁକୂଲ୍ୟରେ ମହକ କାର୍ଯ୍ୟକ୍ରମ ଚାଲିଛି । ଦୁଇ ଦିନ ଧରି ଆୟୋଜିତ ଏହି ମହୋତ୍ସବର ଅନ୍ତିମ ଦିବସରେ ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଅତିଥି ଭାବେ ଯୋଗଦେଇଥିବା ବେଳେ ଶେଷ ଅଧିବେଶନରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଅତିଥି ଭାବେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଘରୋଇ ସ୍କୁଲର ଛାତ୍ରଛାତ୍ରୀମାନେ ଯୋଗ ଦେଇଛନ୍ତି । ଚିତ୍ରାଙ୍କନ, ବକ୍ତୃତା, ନାଚ ଓ ଗୀତ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।
Punil Kumar Samanta reporter
