ସ୍ୱୟଂ ସହାୟିକା ଗୋଷ୍ଠୀ ଋଣ ମେଳା
ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ସରକାର ବିଭିନ୍ନ ଉପାୟ ମାଧ୍ୟମରେ ଋଣ ପ୍ରଦାନ କରୁଛନ୍ତି l ଯାହା ଫଳରେ ମହିଳା ମାନେ ସ୍ୱାବଲମ୍ବୀ ହେବା ସହ ନିଜ ପରିବାର ପ୍ରତିପୋଷଣ କରିପାରିବେ l ବିଭିନ୍ନ ପ୍ରକାରର ଚାଷ ହେଉ ବା ବୌବସାୟ ସବୁ କ୍ଷେତ୍ରରେ ଟଙ୍କାର ଆବଶ୍ୟକ ରହିଥାଏ l ଯାହାକୁ ଆଖି ଆଗରେ ରଖି ସରକାର Shg ମା ମାନଙ୍କ ଆର୍ଥିକ ସହଯୋଗ ପାଇଁ ବିଭିନ୍ନ ଯୋଜନା ମାନ ପ୍ରସ୍ତୁତ କରିଛନ୍ତି l ଏବଂ ବିଭିନ୍ନ ସ୍କିମ ଜରିଆରେ ସରକାର ମହିଳା ଗୋଷ୍ଠୀ ମାନଙ୍କୁ ଋଣ ପ୍ରଦାନ କରିଥାନ୍ତି l ସେହି ପରିପେକ୍ଷୀରେ ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ତରଫରୁ ମହିଳା ମାନଙ୍କୁ ନେଇ ଏକଲ ପୁର ପଞ୍ଚାୟତ ଠାରେ ଏକ ଋଣ ମେଳା ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ପରିଚାଳକ ପ୍ରମୋଦ କୁମାର ନାୟକଙ୍କ ସହ Dr ଗଗନ ସଥପତି, ସଞ୍ଜୟ କୁମାର ରାଉତ ଯୋଗଦାନ କରି ମା ମାନଙ୍କୁ ଋଣର ସଠିକ ବିନିଯୋଗ ଏବଂ ସହଜ ଋଣ ପାଇବାଇକୁ ହେଲେ କଣ କଣ କରିବାକୁ ପଡେ ତା ବିଷୟରେ ମାଆ ମାନଙ୍କୁ ବୁଝାଇଥିଲେ l ଏବଂ ଉଚ୍ଚିତ ସମୟରେ ଋଣ ପୈଠ ସହ ସଞ୍ଚୟ କୁ ଗୁରୁତ୍ୱ ଦେବା ପାଇଁ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ପରିଚାଳକ ମହଦୋୟ ମା ମାନଙ୍କୁ ବୁଝାଇଥିଲେ l ପରିଶେଷରେ ଇନ୍ସୁରାନ୍ସକୁ ନେଇ ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ହୋଉ କି ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ହେଉ ଏହିଭଳି ସହଜ ଓ ସୁବିଧା ଜନକ ଇନ୍ସୁରାନ୍ସ କରିବା ପାଇଁ ମଧ୍ୟ୍ୟ ମାଆ ମାନଙ୍କୁ ସଚେତନତ କରାଇଥିଲେ ବ୍ୟାଙ୍କ ଅଫ ଇଣ୍ଡିଆ କର୍ମଚାରୀ l ଆଜିର ଏହି କାର୍ଯ୍ୟକ୍ରମରେ 20 ଟି shg କୁ 1 କୋଟି 37 ଲକ୍ଷ୍ୟ ଟଙ୍କାର ଋଣ ପ୍ରଦାନ କରାଯାଇଥିଲା l ଏବଂ ଏହି କାର୍ଯ୍ୟକ୍ରମରେ 4 ଟି ପଞ୍ଚାୟତର Crp, Mbk, ଙ୍କ ସହ ବ୍ୟାଙ୍କ ଅଫ୍ ଇଣ୍ଡିଆ Bank mitra ଓ ବୋହୁ shg ମାଆ ମାନେ ଉପସ୍ଥିତ ରହିଥିଲେ l
