ମନରେଗା ଜନଶୁଣାଣୀ ଶିବର

ଗଣିଆ -ଗଣିଆ ବ୍ଳକ ସଭା ଗୃହରେ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଭାରପ୍ରାପ୍ତ ବିଡ଼ିଓ ପ୍ରିତିବାଳା ରଣା,ଅମ୍ବୁଶ ମ୍ୟାନ ଗିରିଶ ଦାଶ, ନୋଡାଲ ଅଫିସର ଆଲବର୍ଟ ଲାକ୍ରା, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ସହକାରୀ ଯନ୍ତ୍ରୀ ମହେଶ ପ୍ରସାଦ ନାୟକ, ଅତିରିକ୍ତ ପ୍ରୋଗ୍ରାମ ଅଧିକାରୀ ଇତିଶ୍ରୀ ଦାଶ,ନରେଗା ସହାୟକ ଆଶୁତୋଷ ନାୟକ, ବ୍ଳକ ସୋସିଆଲ ଅଡିଟର କଲ୍ୟାଣୀ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ । ମନରେଗା ଯୋଜନାରେ ପୋଖରୀ ଠାରୁ ଆରମ୍ଭ କରି ରାସ୍ତା, ବୃକ୍ଷ ରୋପଣ ଆଦି କାର୍ଯ୍ୟ ସମ୍ପାଦନ ହେଉଥିବାରୁ ଗୋଟିଏ ଆର୍ଥିକ ବର୍ଷରେ ୧୦୦ ଦିନର କାମ ଯୋଗାଇ ଦିଆଯାଏ । ଗଣିଆ ବ୍ଳକରେ ଅନେକ ଗ୍ରାମକୁ ରାସ୍ତା ସଂଯୋଗ ନଥିବାରୁ ସେଠାରେ ମନରେଗା ଯୋଜନାରେ ରାସ୍ତା ନିର୍ମାଣ କରିବାକୁ ଦାବି ହୋଇଥିଲା । ବ୍ଳକରେ ୪୭୪୮ଟି କାର୍ଯ୍ୟ ଚାଲୁ ରହିଥିବା ବେଳେ ୪୨୪୨ଟି କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ । ଏହି ଯୋଜନାରେ ୧୨ ଜଣ ୧୦୦ ଦିନର କାର୍ଯ୍ୟ ପୂରଣ କରିଥିବା ଅତିରିକ୍ତ ପ୍ରୋଗ୍ରାମ ଅଧିକାରୀ ପ୍ରକାଶ କରିଥିଲେ । ମୃତ୍ତିକା ସଂରକ୍ଷଣ,କୃଷି, ଉଦ୍ୟାନ,ବନ ବିଭାଗ ତଥା ପଞ୍ଚାୟତରେ ଅଧିକାରୀ ମାନଙ୍କ ମନମୁଖୀ ଶାସନ ଯୋଗୁଁ ଅନେକ କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିବାରୁ ସେମାନଙ୍କ ଉପରେ କ୍ଷୋଭ ପ୍ରକାଶ କରିବା ସହିତ ଜୋରିମାନା ଆଦାୟ କରିବାକୁ ନୋଡାଲ ଅଧିକାରୀ ନିର୍ଦେଶ ଦେଇଥିଲେ । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *