ଫୁଲବାଣୀରେ ଗୁଳିମାଡ଼।ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଡାକପାଲାରେ ଗୁଳିକାଣ୍ଡ

ଫୁଲବାଣୀର ଟାଉନ୍ ଥାନା ଅନ୍ତର୍ଗତ ଡାକପାଲା ଗ୍ରାମରେ ଗୁଳି ମାଡ଼ରେ ଜଣେ ଯୁବକ ଗୁରୁତର ଅବସ୍ଥାରେ ପ୍ରଥମେ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାଯାଉଛି। ସୂଚନା ମୁତାବକ ଅଜିତ ଗତ ରାତି ପ୍ରାୟ 9 ସମୟରେ କାମ ସାରି ଘରକୁ ଫେରୁଥିବା ବେଳେ ସେହି ସାହିର ଦିଜବର ବିନ୍ଧାଣୀ ନାମକ ଜଣେ ବ୍ଯକ୍ତି ତାଙ୍କ ଉପରକୁ ଗୁଳି ମାଡ଼ କରିଥିବା ସୂଚନା ମିଳିଛି। ଅଜିତ୍ ଙ୍କ ଛାତିରେ ଗୋଟିଏ ଗୁଳି ବାଜିବା ଫଳରେ ସେ ଗୁରୁତର ହୋଇ ପଡିଥିଲେ। ସ୍ଥାନୀୟ ଗ୍ରାମ ବାସୀ ଅଜିତ ଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମରେ ଫୁଲବାଣୀ ମୁଖ୍ୟଚିକିତ୍ସାଳୟ ଓ ପରେ ବ୍ରହ୍ମପୁର କୁ ସ୍ଥାନାନ୍ତରିତ କରାଯାଇଛି। ପୂର୍ବ ଶତ୍ରୁତାକୁ ନେଇ ଏଭଳି ଗୁଳିକାଣ୍ଡ ହୋଇଛି ବୋଲି ସନ୍ଦେହ କରାଯାଉଥିବା ବେଳେ ଫୁଲବାଣୀ ଟାଉନ୍ ପୋଲିସ ଅଭିଯୁକ୍ତକୁ ଧରିବାକୁ ତଦନ୍ତ ଚଲାଇଛନ୍ତି। ଘଟଣାର ସତ୍ୟତା ସ୍ପଷ୍ଟ ହୋଇ ପାରିନାହିଁ।ଅଭିଯୁକ୍ତ ଫେରାର ଅଛି।

Leave a Reply

Your email address will not be published. Required fields are marked *