ସର୍ଟସର୍କିଟ ଯୋଗୁଁ ଗତକାଲି ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୫ ବଖରା ଘର ସଂପୂର୍ଣ ଧ୍ୱଂସ
ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ପୁରୀ ସଦର ବ୍ଲକ କହ୍ନେଇ ବିଦ୍ୟାଧରପୁର ପଞ୍ଚାୟତ ସୁଜନପୁର ଗ୍ରାମରେ ସର୍ଟସର୍କିଟ ଯୋଗୁଁ ଗତକାଲି ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୫ ବଖରା ଘର ସଂପୂର୍ଣ ଧ୍ୱଂସ ହୋଇ ଯିବା ସହିତ ୩୦ ଗୋଟି ଛେଳି ଜିଅନ୍ତା ଦଗ୍ଧ ହୋଇ ଯାଇଛି। ଆଜି ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ସୁଜନପୁର ଗ୍ରାମର ଅଗ୍ନି ବିପନ୍ନ ପରିବାର କୁମର ସେଠୀ, ଭ୍ରମର ସେଠୀ, ଜୁଗଳ ସେଠୀ, ସୁବଳ ସେଠୀ, ତ୍ରିନାଥ ସେଠୀ, ସୁଦାମ ସେଠୀ, ପ୍ରଭାତ ସେଠୀ, ମାଧେଇ ସେଠୀ, ଚରଣ ସେଠୀ, ନାରାୟଣ ସେଠୀ, କୈଳାସ ସେଠୀ, ଫୁଲ ସେଠୀ, ରବିନ୍ଦ୍ର ନାୟକ, ଛବି ନାୟକ ଓ ସନ୍ତୋଷ ନାୟକଙ୍କୁ ଭେଟି ଆଶ୍ୱାସନା ଦେବା ସହିତ ସମବେଦନା ଜଣାଇଛନ୍ତି।

ଏହା ସହିତ ନିତ୍ୟବ୍ୟବହାର୍ଯ୍ୟ ଜିନିଷ, ଚୁଡ଼ା, ବିସ୍କୁଟ, ଚାଉଳ, ଡାଲି, ପାଲ ଶୁଖିଲା ଖାଦ୍ୟ ଓ ଆର୍ଥିକ ସହାୟତା ଯୋଗାଇବା ସହିତ ସମସ୍ତ ପ୍ରକାର ସାହାଯ୍ୟ କରାଯିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ସମୟରେ ପୁରୀ ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର, ଉପାଧ୍ୟକ୍ଷଙ୍କ ପ୍ରତିନିଧି ନିରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ନୁନୁ ମିଶ୍ର, ଭାଇଲପୁର ସମିତି ସଭ୍ୟ କାର୍ତ୍ତବୀଯ୍ୟ ସ୍ଵାଇଁ, ସରପଞ୍ଚ କଳାଶ୍ରୀ ବିଶ୍ୱାଳ, ସମିତି ସଭ୍ୟଆ ସଙ୍ଗିତା ମିଶ୍ର ଓ ସଦର ବ୍ଲକ ଅତିରିକ୍ତ ତହସିଲଦାର, ରାଜସ୍ଵ ନୀରିକ୍ଷକ ପ୍ରମୁଖ ଉପସ୍ଥିତି ଥିଲେ।
