ନିଟ ରେ ସର୍ବ ଭାରତୀୟ ସ୍ତର ରେ ୧୦୮୬ ନମ୍ବର ରେଙ୍କ ରଖି ନିଜ ସ୍ବପ୍ନ କୁ ସାକାର କଲେ ଶ୍ରାବଣୀ

ଫୁଲବାଣୀ, ୧୪/୬ ସଦ୍ୟ ପ୍ରକାଶିତ ସର୍ବ ଭାରତୀୟ ନିଟ ପରୀକ୍ଷା ରେ ୭୨୦ ମାର୍କ ରୁ ୬୦୫ ମାର୍କ ଆଣି ୧୦୮୬ ରେଙ୍କ ରେ ରହିଛନ୍ତି ଫୁଲବାଣୀ ର ଶ୍ରାବଣୀ ଦାସ, ପିଲାଟି ଦିନରୁ ଡାକ୍ତର ହେବାର ସ୍ବପ୍ନ ଦେଖିଥିବା ଶ୍ରାବଣୀ ଆଜି ନିଜେ ବିନା କୋଚିଂ ରେ ନିଜ ଉଦ୍ୟମ ବଳରେ ଡାକ୍ତରୀ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇ ଫୁଲବାଣୀ ପାଇଁ ଗର୍ବ ଆଣିଛନ୍ତି । ବାପା ବନଜ ଦାସ ଓ ମା ସୁଦେତ୍ସ୍ନା ମିଶ୍ର ଙ୍କ ଏକ ମାତ୍ର କନ୍ୟା ଶ୍ରାବଣୀ, ବାପା ପିଲାଙ୍କୁ ଟିଉସନ କରି ଓ ଏଲ ଆଇ ସି ରେ ଏଜେଣ୍ଟ ଭାବେ କାର୍ଯ୍ୟ କରି ଘର ଚଳାନ୍ତି। ଶ୍ରାବଣୀ ପିଲାଟି ଦିନରୁ ଡାକ୍ତର ହେବାର ସ୍ବପ୍ନ ଦେଖି ପାଠ ପଢୁଥିଲେ, ଦଶମ ରେ ଫୁଲବାଣୀ ଶିଶୁମନ୍ଦିର ଓ +2ରେ ବ୍ରହ୍ମପୁର ରେ ଥିବା ନୀଳକଣ୍ଠ ନଗର ଶିଶୁମନ୍ଦିର ରେ ପଢି ସ୍କୁଲରେ ସର୍ବୋଚ୍ଚ ନମ୍ବର ରଖିଥିଲେ। ଗତ ବର୍ଷ ପ୍ରଥମ ଥର ନିଟ ପରୀକ୍ଷା ରେ ସେ 644 ମାର୍କ ଆଣି ମେଡିକାଲ ପାଇଥିଲେ କିନ୍ତୁ ଭଲ କଲେଜ ନ ଆସିବାରୁ ଚଳିତ ବର୍ଷ ପୁଣି ଦେଇ ସର୍ବ ଭାରତୀୟ ସ୍ତରରେ ୧୦୮୬ ମାର୍କ ଆଣି ନିଜ ବାପା, ମା ଓ ଫୁଲବାଣୀ ପାଇଁ ଗର୍ବ ଆଣିଛନ୍ତି। ତାଙ୍କ ପରିଶ୍ରମ, ନିଷ୍ଠା ଓ ଏକାଗ୍ରତା ତାଙ୍କୁ ଏହି ସଫଳତା ଦେଇଛି ସେ ତାଙ୍କର ସମସ୍ତ ଶ୍ରେୟ ବାପା, ମା ଓ ସ୍କୁଲ ର ଗୁରୁଜୀ ଙ୍କୁ ଦେଇଛନ୍ତି। ଶ୍ରାବଣୀ ର ଏହି ସଫଳତା ପାଇଁ ଚାରିଆଡୁ ଶୁଭେଚ୍ଛା ର ଛୁଟୁଛି।

Leave a Reply

Your email address will not be published. Required fields are marked *