ଶ୍ରୀମନ୍ଦିର ସାନିଟାଇଜ

ତିନିଦିନର ବିରତି ପରେ ଆସନ୍ତାକାଲି ଠାରୁ ଆରମ୍ଭ ପୁଣି ଜଗା ଦର୍ଶନ । ଏହା ପୂର୍ବରୁ ଆଜି ଶ୍ରୀମନ୍ଦିର ଭିତର ଓ ବାହାର ଅଂଚଳକୁ ସାନିଟାଇଜ କରାଯାଇଛି । ଆଜି ସକାଳୁ ପୁରୀରେ ଲଘୁଚାପଜନିତ ବର୍ଷା ଲାଗି ରହିଥିବାରୁ ସାନିଟାଇଜ କରିବାରେ ବାଧା ସୃଷ୍ଟି ହୋଇଥିଲା । ତେଣୁ ବିଳମ୍ବରେ ଆଗ୍ନିକମାନେ ସାନିଟାଇଜ କରିଥିଲେ । ଗତ ଶୁକ୍ରବାର ଗଣେଶ ପୂଜା ପାଇଁ ଓ ଶନିବାର ଓ ରବିବାର ସାପ୍ତାହିକ ସଟ ଡାଉନ ପାଇଁ ତିନିଦିନ ଦର୍ଶନ ବନ୍ଦ ଥିବା ବେଳେ ଆସନ୍ତାକାଲି ଠାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନୂଆ SOP ଅନୁଯାଇ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ।
