ଅଟେଇହୁଡା ଶ୍ରୀକୋଇଲି କେନାଲ ବନ୍ଧ ରାସ୍ତା ମରଣ ଜନ୍ତା

ନିମାପଡା :- କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପକ୍ଷରୁ ଜାତୟତା କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ବାହାରଣା ପଞ୍ଚାୟତ ର ଅଟେଇହୁଡା ରୁ ଶ୍ରୀକୋଇଲି ରାସ୍ତା ଅତି ଶୋଚନୀୟ ଭାବେ ମରଣା ଜନ୍ତା ପାଲଟିଛି । ଯାହା ଫଳରେ ପଞ୍ଚାୟତର ୭ ଟି ଗାଁ ଲୋକ ଅଡୁବିଧାରେ ସମୁଖୀନ ହେଉଛନ୍ତି ।ପୁରୀ ଜିଲ୍ଲାର ନିମାପଡା ବ୍ଲକ ଅନ୍ତର୍ଗତ ବାହାରଣା ପଞ୍ଚାୟତ ର ଅଟେଇହୁଡା ଠାରୁ ତୁଳସୀପୁର ପଞ୍ଚାୟତ ର ଶ୍ରୀ କୋଇଲି ପର୍ଯ୍ୟନ୍ତ ପ୍ରାୟ ୨ କିଲୋମିଟର କେନାଲ ବନ୍ଧ ରାସ୍ତା ଉପରେ ପଞ୍ଚାୟତର ୪ ଟି ଓୟାଡ଼ ର ଅଟେଇହୁଡା ,ସୌଦାବାଦ ,ଶାସନ ,ତିନ୍ତୁଳିଗୁଆ ,କଦଳିବାରି ,ଜଳଛତ୍ର ଗ୍ରାମର ଲୋକ ପଞ୍ଚାୟତ କୁ ବିଭିନ୍ନ କାର୍ୟ୍ଯ ପାଇଁ ଯିବା ସହ ଭତା ଆଣିବା ପାଇଁ ବୁଦ୍ଧ ,ବୁଧ୍ୟା ଓ ଭିନ୍ନକ୍ଷମ ବ୍ୟକ୍ତି ଏହି ରାସ୍ତା ଦେଇ ଦୈନିକ ଯିବା ଆସିବା କରିଥାନ୍ତି ।ଉକ୍ତ ରାସ୍ତା ସ୍ୱାଧୀନତା ୭୬ ବର୍ଷ ପୁରୀ ଯାଇଥିଲେ ମଧ୍ୟ ଏହି ରାସ୍ତା ତୁପ ପରିବର୍ତ୍ତନ ହେଉ ନାହିଁ ।ଯାହା ଫଳରେ ଏହି ୪ ଟି ଓୟାଡ଼ ର ସବୁ ଲୋକ ପଞ୍ଚାୟତ କାର୍ଯ୍ୟଳୟକୁ ଯିବା ,ଅଟେଇହୁଡା ଗ୍ରାମ ପଟୁ ତୁଳସୀପୁର ଓ ଚାରିଛକ ମେଡିକାଲ କୁ ରୋଗୀ ନେବା, ସ୍କୁଲ କୁ ଛାତ୍ର ଛାତ୍ରୀ ଯିବା ଆସିବା ରେ ନାହିଁ ନ ଥିବା ଅସୁବିଧାରେ ସମୁଖୀନ ହେଉଛନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।ଏ ଦିଗରେ ନିମାପଡା ବିଡ଼ିଓ ,ପୁରୀ ଜିଲ୍ଲାପାଳ ୫ ଟି ସଚିବ ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *