ରାୟଗଡାରେ ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ,ଭl.ପ୍ର.ସେଙ୍କ ଯୋଗଦାନ
ରାୟଗଡା-୨୮/୭-ରାୟଗଡାରେ ନୂତନ ଜିଲାପାଳ ଭାବେ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି,,ଭl.ପ୍ର. ସେ. ସୋମବାର ପୂର୍ବାହ୍ନରେ ଯୋଗଦନ କରିଛନ୍ତି l ବିଦାୟୀ ଜିଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଭୁବନେଶ୍ୱରକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତିକରଣ ବିଭାଗକୁ ନିର୍ଦ୍ଧେଶକ ଭାବରେ ବଦଳି ହେବା ପରେ ନୂତନ ଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କରିଥିଲେ l ଦାୟିତ୍ୱ ଗ୍ରହଣ କରିବାପରେ ନୂତନ ଜିଲ୍ଲାପାଳଙ୍କୁ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର,ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା, ଜିଲ୍ଲା କୋଷlଗାର ଅଧିକାରୀ ଶ୍ରୀମତୀ ମିତୁତ୍ସ୍ନା ରାଉତ ସମେତ କାର୍ଯ୍ୟାଳୟର ବିଭିନ୍ନ ସେକ୍ସନ ଅଫିସର ମାନେ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ,ଗଣମାଧ୍ୟମ ପ୍ରତିନିଧି ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ,ବିଭିନ୍ନ ସଂଘଠନର କର୍ମକର୍ତ୍ତା, କର୍ମଚାରୀ ସଂଘର କର୍ମକର୍ତ୍ତା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସ୍ୱାଗତ କରିଥିଲେ l ନୂତନ ଜିଲ୍ଲାପାଳ ଶ୍ରୀ କୁଲକର୍ଣ୍ଣି ଏହାପୂର୍ବରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ, ରାଉରକେଲା ମହାନଗର ନିଗମର କମିଶନର ତଥା ରାଉରକେଲା ସ୍ମାର୍ଟ ସିଟିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବରେ ଗତ ୧୦ ଜାନୁଆରୀ ୨୦୨୪ରୁ ୨୫ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଜିଲ୍ଲାରେ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରି ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଥିଲେ l

ଜିଲ୍ଲାପାଳ କାର୍ଯ୍ୟରେ ଯୋଗଦେଲାପରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, କର୍ମଚାରୀ ମାନଙ୍କ ସହିତ ଚିନ୍ତନ କକ୍ଷରେ ବୈଠକ କରି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ l ଏହାପରେ ଅପରାହ୍ନ ୩. ୦୦ଘଟିକା ସମୟରେ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସମସ୍ତ ତହସିଲଦାର ମାନଙ୍କ ସହିତ ଆଲୋଚନା କରିଥିଲେ l ନିଜର ପ୍ରଥମ ବୈଠକରେ ସମସ୍ତ ଅଧିକାରୀ ମାନଙ୍କୁ କହିଲେ ଯେ ଆମେ ସମସ୍ତେ ଜିଲ୍ଲାର ସମସ୍ତ ଜନସାଧାରଣଙ୍କ ସେବା କରିବା ପାଇଁ ଆସିଛୁ l ଜିଲ୍ଲାର ଭାବମୂର୍ତ୍ତି ଅବକ୍ଷୟ ନକରି ସଜାଡ଼ିବା ଆମ ସମସ୍ତଙ୍କର ଦାୟିତ୍ୱ l କାର୍ଯ୍ୟରେ ଖିଲାପି କରିବେ ନାହିଁ ବୋଲି କହିଥିଲେ l
ରାୟଗଡ଼ାରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ
