ଶ୍ରୀ ଦ୍ଵାଦଶ ଲିଳାକୁଞ୍ଜ ସମ୍ମନିତ ଶ୍ରୀମଦ୍ ଭଗବତ ସପ୍ତାହ ଭକ୍ତି ଯଜ୍ଞ
କଟକ ଜିଲ୍ଲା ସାଧୁବଟ ଗୋମତୀ ଆଶ୍ରମ ଶିର୍ଲୋ ବ୍ରାହ୍ମଣଖଣ୍ଡ ଶ୍ରୀ ଦ୍ଵାଦଶ ଲିଳାକୁଞ୍ଜ ସମ୍ମନିତ ଶ୍ରୀମଦ୍ ଭଗବତ ସପ୍ତାହ ଭକ୍ତି ଯଜ୍ଞ
କଳିଯୁଗ ପାବନାତାର ଶ୍ରୀ ଶ୍ରୀ ଗୌରାଙ୍ଗ ମହାପ୍ରଭୁ ଏବଂ ଶ୍ରୀ ଶ୍ରୀ ରାଧାଗୋବିନ୍ଦ୍ ଜୀଉଙ୍କ ର ବିଶେଷ ଅନୁକମ୍ପା ହେତୁ ଆଗାମୀ 05ତାରିଖ ରୁ 13 ତାରିଖ ପର୍ଯ୍ୟନ୍ତ ପାରମାରାଧ୍ୟ ସଦଗୁରଦେବ ମହାନ୍ତ ଶ୍ର ଅକ୍ଷୟ ଦେବଦାସ ବାବାଜୀ ମହାରାଜାଙ୍କ ର ଅହେତୁକ କୃପାରୁ ପୁଣ୍ୟତୋୟା ମହାନଦୀ ତଟସ୍ଥିତ ଶ୍ରୀ ସାଧୁବଟ ଗୋମତୀ ଆଶ୍ରମରେ ଶ୍ରୀ ଶ୍ରୀ ରଧଗୋବିନ୍ଦଙ୍କ ର ଦ୍ଵାଦଶ ଲିଲାକୁଞ୍ଜ ସମ୍ମନିତ ଶ୍ରୀମଦ୍ ଭଗବତ ସପ୍ତାହ ଭକ୍ତି ମହାଯଜ୍ଞ 51 ତମ ବାର୍ଷିକ ଉତ୍ସବ ଧର୍ମ ସମ୍ମିଳନୀ ଓ ଭକ୍ତମିଳନ ଉତ୍ସବଓ ଅହୋରାତ୍ର ଶ୍ରିନାମସଙ୍କୀର୍ତ୍ତନ ଓ ନନ୍ଦୋତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି।ଏଥିରେ ମହନ୍ତ ଶ୍ରୀ ଅକ୍ଷୟ ଦେବଦାସ ବାବାଜୀ ମହାରାଜା ଯୋଗଦେଇ ହରିକଥା ଶ୍ରବଣ ଓ ଚିନ୍ତନ ହିଁ ମୁକ୍ତୀମାର୍ଗ ବୋଲି କହିଥିଲେ।

ଧର୍ମସଭାରେ ବାବାଜୀ ଶ୍ରୀ ନିମାଇଁ ଚରଣ ଦାସ,ବାବାଜୀ ଶ୍ରୀ ପ୍ରଣବ ଚରଣ ଦାସ ,ବାବାଜୀ ଶ୍ରୀ ବୈଷ୍ଟମ୍ ଚରଣ ଦାସ,ବାବାଜୀ ଶ୍ରୀ ଶ୍ରୀନିବାସ ଦାସ, ବାବାଜୀ ଶ୍ରୀ ପୁରୁଷୋତ୍ତମ ଦାସ,ବାବାଜୀ ଶ୍ରୀ ନରହରି ଦାସ ଭକ୍ତମାନଙ୍କୁ ସୁଭସ୍ରିବାଦ୍ ପ୍ରଦାନ କରିଥିଲେ।ଏହି ଧର୍ମସମିଳନିରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗଦେଇ ହରି କଥା ଶ୍ରବଣ କରିଥିଲେ ଓ ନିଜକୁ ଧନ୍ୟ ମନେକରିଥିଲେ।ଏହି ଅବସରରେ ଭକ୍ତମାନେ ନୃତ୍ୟଗିତରେ ବିଭୋର ହୋଇ ପ୍ରଭୁଙ୍କର ଜୟଗାନ କରି ନିଜକୁ ଧନ୍ୟ ମନେ କରିଥିଲେ,ସର୍ବଶେଷରେ ପ୍ରସାଦ ପାଈ ନିଜ ନିଜ ଘରକୁ ଫେରିଥିଲେ।
ମଳୟ କୁମାର ପାଣି ଙ୍କ ରିପୋର୍ଟ
