ଶ୍ରୀଜଗନ୍ନାଥ ମହୋତ୍ସବ
ଜଗତସିଂହପୁର ଜିଲା ରାହାମା ଠାରେ ପାଞ୍ଚ ଦିନ ବ୍ୟାପି ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ ଆୟୋଜିତ ହୋଇଛି । ନାମାଚାର୍ଯ୍ୟ ବାୟା ବାବା ଭାଗବତ ପ୍ରଚାର ସମିତି ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାର ର ବହୁ ସାଧୁ ସନ୍ଥ, ପ୍ରବଚକ ଓ ବହୁ ବିଶିଷ୍ଠ ବ୍ୟକ୍ତି ମାନେ ଯୋଗଦେଇ ଶ୍ରୀଜଗନ୍ନାଥ ସଂସ୍କୃତି କୁ କିପରି ବିଶ୍ଵ ସ୍ତରୀୟ କରାଯାଇପାରିବ ସେ ବାବଦରେ ଆଲୋକପାତ କରିଥିଲେ । ଭିଓ-୧-ଜଗତସିଂହପୁର ଜିଲ୍ଲା ରାହାମା ଠାରେ ପାଞ୍ଚ ଦିନ ବ୍ୟାପି ଆୟୋଜିତ ହୋଇଛି ଆନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ମହୋତ୍ସବ । ଶ୍ରୀଜଗନ୍ନାଥ ସଂସ୍କୃତି କୁ ସାରା ବିଶ୍ବରେ ପ୍ରଚାରିତ କରିବା ନିମନ୍ତେ ଏହି ମହୋତ୍ସବ ର ଆୟୋଜନ କରାଯାଉଥିବା ବେଳେ ପ୍ରତି ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାର ର ବହୁ ସାଧୁ ସନ୍ଥ,ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଓ ବହୁ ବିଶିଷ୍ଠ ବ୍ୟକ୍ତି ମାନେ ଯୋଗଦେଇ ଶ୍ରୀଜଗନ୍ନାଥ ସାଂସ୍କୁତି ମହାନତା ଓ ଏହାକୁ ସାରା ବିଶ୍ବରେ ବିସ୍ତାର କରିବା ବାବଦରେ ଆଲୋକପାତ କରିଛନ୍ତି । ସେହିପରି ପ୍ରତିଦିନ ସନ୍ଧ୍ୟାରେ ବହୁ ଭକ୍ତ ସାଧୁ ସନ୍ଥ ମାନେ ଯୋଗଦେଇ ଜଗନ୍ନାଥ ମହାପ୍ରଭୁଙ୍କ ମହିମା ବାବଦରେ ଆଲୋକପାତ କରିବା ସହ ଏହି ସଂସ୍କୃତିର ମହାନତା ବାବଦରେ ଆଲୋକପାତ କରିଥିଲେ । ଶ୍ରୀଜଗନ୍ନାଥ ସଂସ୍କୃତି କୁ ସାରା ବିଶ୍ବରେ ପ୍ରସାରିତ କରିବାରେ ଗଣ ମାଧ୍ୟମର ଭୂମିକା ଓ ଦାୟିତ୍ବ ବାବଦରେ ଆଲୋକପାତ କରିଥିଲେ । ଶ୍ରୀଜଗନ୍ନାଥ ଙ୍କର ଭୁବନ ପ୍ରସିଦ୍ଧ ରଥଯାତ୍ରା ଠାରୁ ଆରମ୍ଭ କରି ବାର ମାସରେ ଆୟୋଜିତ ତେର ପର୍ବ କୁ ବହୁଳ ଭାବରେ ପ୍ରଚାର ପ୍ରସାର ରେ ଗଣମାଧ୍ୟମ ର୍ ଗୁରୁତ୍ୱ କୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।ବାଇଟ-1-ବାବା ଶଙ୍କରାନନ୍ଦ ଗିରି,ବାଇଟ-2-ସତ୍ୟାନନ୍ଦ ଦାସ ମହାରାଜ, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ । ବାଇଟ-3-ସୁନୀଲ ଦାସ (ବରିଷ୍ଠ ସାମ୍ବାଦିକ)ଭିଓ-୨-ଏହି ମହୋତ୍ସବ ରେ ଅନ୍ୟ ମାନଙ୍କ ମଧ୍ୟରେ ସନ୍ଥ ଶଙ୍କରାନନ୍ଦ ଗିରି ମହାରାଜ, ଶ୍ରୀଜଗନ୍ନାଥ ସଂସ୍କୃତି ର ପ୍ରଚାରକ ବାବା ସତ୍ୟାନନ୍ଦ ଦାସ ମହାରାଜ, ଧୃତିଧର ଦାସ ଓ ଅଭିନନ୍ଦନ ଦାସ ଙ୍କ ସହ ବହୁ ବିଶିଷ୍ଠ ବ୍ୟକ୍ତି ମାନେ ଯୋଗଦେଇ ମହାପ୍ରଭୁ ଶ୍ରୀଜଗନ୍ନାଥ ଆମର ପରିଚୟ ଓ ତାଙ୍କ ବିନା ଏ ଜାତିର କୌଣସି ସତ୍ତା ନାହିଁ ବୋଲି ମତ ପ୍ରକାଶ କରିବା ସହ ମହାପ୍ରଭୁଙ୍କ ମହିମାକୁ ବିଶ୍ଵ ବ୍ୟାପି କରିବା ପାଇଁ ଆମ ସମସ୍ତଙ୍କର ନିଷ୍ଠା ଓ ଉଦ୍ୟମର ଆଵଶ୍ୟକତା ରହିଛି ବୋଲି ଆଲୋକପାତ କରିଥିଲେ । ପ୍ରତିଦିନ ସନ୍ଧ୍ୟାରେ ଶ୍ରୀଜଗନ୍ନାଥ ଙ୍କ ମହିମା ବାବଦରେ ପ୍ରବଚନ,ପାଞ୍ଚ କୁଣ୍ଡିୟ ଜଜ୍ଞ ଓ ମହାପ୍ରଭୁଙ୍କର 24 ବେଶ ଓ 56 ଭୋଗ ପଦର୍ଶନ ସହ ପଞ୍ଚସଖା ମାନଙ୍କର କାର୍ଯ୍ୟଧାରା ବାବଦରେ ପଦର୍ଶନ କରାଯାଇଛି । ପ୍ରତିଦିନ ଦୁରଦୂରାନ୍ତର ରୁ ବହୁ ଜଗନ୍ନାଥ ପ୍ରେମୀ ଯୋଗ ଦେଇ ମହୋତ୍ସବ କୁ ସଫଳ କରିବାରେ ସହଯୋଗ ଯୋଗାଇ ଆସୁଛନ୍ତି । ବାଇଟ-୪-ଅଭିନନ୍ଦନ ଦାସ (ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ)ବାଇଟ 5 – ଧୃତିଧର ଦାସ (ଜଗନ୍ନାଥ ମହିମା ପ୍ରଚାରକ)ବାଇଟ 6- ସୁନାକର ବେହେରା (ଆୟୋଜକ)ଏଫଭିଓ-ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ମହିମା ଓ ସଂସ୍କୃତିକୁ ସାରା ବିଶ୍ବରେ ବହୁଳ ପ୍ରସାର ନିମନ୍ତେ ଆମେ ସମସ୍ତେ ଆଗେଇ ଆସିବା ଜରୁରୀ ଆଵଶ୍ୟକତା ରହିଛି ।
ଜଗତସିଂହପୁର ରୁ ରୀତା ସାହୁ
