ୟୁଜର୍ସ ଫି ଆଦାୟ କରିବା ନେଇ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ

ପୁରୀବାସୀଙ୍କ ଉପରେ ୟୁଜର୍ସ ଫି ବସାଇବା ପ୍ରସଙ୍ଗ ନେଇ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ପୌରସଂସ୍ଥା କାର୍ଯ୍ୟାଳୟକୁ ଘେରାଉ କରିବା ସହ ବିରୋଧ କରାଯାଇଛି। ପୁରୀ ପୌରସଂସ୍ଥା ପୁରୀ ବାସୀଙ୍କ ଉପରେ ପାଞ୍ଚସହ ସ୍କୋୟାରଫିଟକୁ ପଚିଶି ଟଙ୍କା, ବାରଶହ ସ୍କୋୟାର ଫିଟକୁ ୭୫ ଟଙ୍କା ଓ ତିନିହଜାର ସ୍କୋୟାର ଫିଟକୁ ଶହେ ଟଙ୍କା ଲେଖାଏଁ ପୁରୀ ପୌରସଂସ୍ଥା ପକ୍ଷରୁ ବିନା ଜନଶୁଣାଣି କରାଯାଇ ଏକଫାକିଆ ଭାବେ ବେଆଇନ ଲାଗୁ କରାଯାଇଛି । ଏ ବାବଦରେ ପୁରୀର ସାଧାରଣ ଜନତାଙ୍କ ଠାରୁ କୌଣସି ମତାମତ ନିଆଯାଇନାହିଁ । ଆଇନ ଅନୁଯାଇ ଜଣେ କରଦାତାଙ୍କ ଉପରେ ସମାନ କାର୍ଯ୍ୟପାଇଁ ୨ ପ୍ରକାର ଟିକସ ବା କର ଲଗାଯାଇପାରିବ ନାହିଁ । ତେଣୁ ପୁରୀ ପୌରସଂସ୍ଥା ଯେ କୌଣସି ର ଗୋଟେ ଟିକସ ନିଆଯାଉ ବୋଲି ଶ୍ରୀ ଜଗନ୍ନାଥ ସେନା ର ଆବାହକ ମତପ୍ରକାଶ କରିଛନ୍ତି । ଯଦି ପୌରସଂସ୍ଥା ୨ ପ୍ରକାର ଟିକସ ନେବ ତାହାହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓଲ୍ହାଇବା ସହ ଆଇନର ଆଶ୍ରୟ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।

Leave a Reply

Your email address will not be published. Required fields are marked *