ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପରିକ୍ରମା ପ୍ରକଳ୍ପ ର ଭବ୍ୟ ପ୍ରତିଷ୍ଠା

ଓଡିଶା ର ଗୌରବ ଓ ଐତିହ୍ୟ କୁ ଅଧିକ ରୁ ଅଧିକ ଋଦ୍ଧିମନ୍ତ କରିବାକୁ ଯାଉଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପରିକ୍ରମା ପ୍ରକଳ୍ପ ର ଭବ୍ୟ ପ୍ରଥୀଷ୍ଠl ପୂଜା ଓ ଲୋକାର୍ପଣ ଉତ୍ସବ ଆଗାମୀ ମାସ ସତର ତାରିଖ ରେ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଏବଂ ଏହି ଭବ୍ୟ ଉତ୍ସବ ର ଆୟୋଜନ ନେଇ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ତା ଚୂଡାନ୍ତ ହୋଇଥିବା ବେଳେ, ଏବଂ ଏଥିନେଇ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ବିଭିନ୍ନ ପ୍ରମୁଖ ମନ୍ଦିର ଓ ଧର୍ମାନୁଷ୍ଠାନ ର ପ୍ରମୁଖ ମୁଖ୍ୟ ମାନଙ୍କୁ ଏହି ପବିତ୍ର ଉତ୍ସବ ରେ ଯୋଗଦେବା ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କରାଯାଉଥିବା ବେଳେ,

ଆଜି ଶ୍ରୀ କ୍ଷେତ୍ର ରୁ ଆସିଥିବା ନିମନ୍ତ୍ରଣ ପତ୍ର ପ୍ରଦାନ କାରୀ ଟିମ ପୂର୍ବlନ୍ନ 12.30. (ବାରଟା ତିରିଶି ) ମିନିଟ ସମୟରେ ହାଉଜ଼ଖାସ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରେ ପହଂଚିଥିଲେ. ମନ୍ଦିର ପ୍ରବେଶ ପଥ ରେ ସେମାନଙ୍କୁ ମନ୍ଦିର ପରିଚାଳନା କମିଟି ତଥା ଶ୍ରୀ ନୀଳାଚଳ ସେବା ସଙ୍ଘ ତରଫରୁ ସମ୍ପାଦକ ରବୀନ୍ଦ୍ର ପ୍ରଧାନ, ଉପସଭାପତି ଗଜେନ୍ଦ୍ର ପ୍ରସାଦ ସାମନ୍ତ, ଯୁଗ୍ମ ସମ୍ପାଦକ ଅଶୋକ ପ୍ରଧାନ, ଯୁଗ୍ମ ସମ୍ପାଦକ ଦିଲୀପ ସ୍ବାଇଁ, କୋଷାଧକ୍ଷ ପଙ୍କଜ କୁମାର ମହାନ୍ତି, କାର୍ଯ୍ୟକାରୀ କମିଟି ର ସଦସ୍ୟ ରଙ୍କନିଧି ସାହୁ, ଅଶୋକ ପ୍ରଧାନ ଓ ଅନ୍ୟାନ୍ୟ ପ୍ରମୁଖ କର୍ମକର୍ତ୍ତା ଙ୍କ ସହ ମନ୍ଦିର ପରିଚାଳକ ରଶ୍ମୀ ରଞ୍ଜନ ବେହେରା ପ୍ରମୁଖ ସେମାନଙ୍କୁ ପୁଷ୍ପ ମାଲ୍ୟା, ଅଙ୍ଗ ବସ୍ତ୍ର ଦେଇ ଭବ୍ୟ ସ୍ୱାଗତ ଜଣାଇଥିଲେ. ପାରମ୍ପରିକ ସଂକୀର୍ତନ, ଘଣ୍ଟ, ଶଙ୍ଖ, ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ଵନିରେ ସମଗ୍ର ମନ୍ଦିର ପରିବେଶକିଛି ସମୟ ଭକ୍ତିଭାବ ମୟ ହୋଇଉଠିଥିଲା. ପରେ ମନ୍ଦିର ପରିଚାଳନା କମିଟି ର କର୍ମକର୍ତ୍ତା ଓ ଭକ୍ତ ମାନେ ସେମାନଙ୍କୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ. ନିମନ୍ତ୍ରଣ ପତ୍ର ବଣ୍ଟନ ଯାତ୍ରା ରେ ଆସିଥିବା ସେବାୟତ ଓ ପ୍ରମୁଖ ଅଧିକାରୀ ମାନେ ପ୍ରଥମେ ରତ୍ନ ସିଂହାସନ ରେ ବିରାଜମାନ କରିଥିବା ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ଦର୍ଶନ କରିବା ସହ ମନ୍ତ୍ର ଉଚ୍ଚାରଣ କରି ପୂଜା କରିଥିଲେ.ପରେ ସେମାନେ ଶ୍ରୀ ନୀଳାଚଳ ସେବାସଙ୍ଘ ର ସମ୍ପାଦକ ରବୀନ୍ଦ୍ର ପ୍ରଧାନ ଙ୍କୁ ପାରମ୍ପରିକ ରୀତି ରେ ନିମନ୍ତ୍ରଣ ପତ୍ର ପ୍ରଦାନ କରିବା ସହ ଶ୍ରୀ ମନ୍ଦିର କମିଟି ତରଫରୁ ଶ୍ରୀ କ୍ଷେତ୍ର କୁ ଆସି ଏହି ଭବ୍ୟ ଲୋକାର୍ପଣ ଉତ୍ସବ ରେ ଯୋଗଦେବା ପାଇଁ ଅନୁରୋଧ କରିଥିଲେ. ଏହି ନିମନ୍ତ୍ରଣ ପତ୍ର ବଣ୍ଟନକାରି ଟିମ ରେ କାହ୍ନୁ ପୂଜା ପଣ୍ଡା ସାମନ୍ତ, ରବିଶଙ୍କର ପୂଜାପଣ୍ଡା ସାମନ୍ତ, ସୁଦର୍ଶନ ପୂଜାପଣ୍ଡା ସାମନ୍ତ,ଏବଂ ଦଇତାପତି ଦେବାଶିଷ ଦାସ ମହାପାତ୍ର ଙ୍କ ସହ ନୋଡାଲ ଅଧିକାରୀ ଭାବେ ବ୍ରହ୍ମଗିରୀର ଗୋଷ୍ଠୀଉନ୍ନୟନ ଅଧିକାରୀ ରଞ୍ଜନ ବେହେରା ଆସିଥିଲେ. ଶ୍ରୀ ନୀଳାଚଳ ସେବା ସଙ୍ଘ ପକ୍ଷରୁ ସମସ୍ତ ଙ୍କ ପାଇଁ ମଧ୍ୟାନ୍ନ ପ୍ରସାଦ ସେବନ ରେ ଆପ୍ୟାୟିତ କରାଯାଇଥିଲା. ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସାହିତ୍ୟିକ ତଥା କବି ବଦ୍ରି ମିଶ୍ର, ପେଟ ଓ ଯକୃତ ରୋଗ ବିଶେଷଜ୍ଞ ତଥା ଏଲ. ବି. ଏସ. ର ସହଯୋଗୀ ଅଧ୍ୟାପକ ଡା. ଅଶୋକ ଚୌଧୁରୀ ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା.

ଦିଲ୍ଲୀ ରୁ ଲଷ୍ମୀନାରାୟଣ ବେବର୍ତ୍ତା ଙ

Leave a Reply

Your email address will not be published. Required fields are marked *