କାମାକ୍ଷାନଗର ସହର ଦୁଇ ନମ୍ବର ୱାର୍ଡ ରେ ଗଡ଼ିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ
-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଠାରେ ଦୁଇ ନମ୍ବର ୱାର୍ଡ ରେ ଆଜି ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଗହଣରେ ଗଡ଼ିଲା ଶ୍ରୀ ଜଗନ୍ନାଥ ଙ୍କ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ l ରଥଟିକୁ ପାଖରେ ପାଇ ସହର ର ସମସ୍ତ ଜଗନ୍ନାଥ ପ୍ରେମି ହରିବୋଲ ହୁଳହୁଳି ଧ୍ୱନି ରେ ରଥକୁ ସ୍ୱାଗତ କରିଥିଲେ l ପରେ ରଥକୁ ଏକ ବିରାଟ ଶୋଭାଯାତ୍ରା ରେ ନେଇ ପ୍ରତି ଘରୁ ଚାଉଳ ଏବଂ ଗୁଆ ସଂଗ୍ରହ କରିଥିଲେ l ରଥ ଟିକୁ ଦେଖି ଭକ୍ତ ମାନଙ୍କ ମନରେ ଖୁସି ର ଲହରୀ ଦେଖି ବାକୁ ମିଳିଥିଲା l ସାଢେ ଚାରି କୋଟି ଓ଼ଡ଼ିଆ ଙ୍କ ମଉଡମଣୀ ଜଗତ ର ନାଥ ଜଗନ୍ନାଥ ମହା ପ୍ରଭୁଙ୍କର ପରିକ୍ରମା ପ୍ରକଳ୍ପ ରଥ ଯାଉଥିଲା ବେଳେ ଦୁଇ ନମ୍ବର ୱାର୍ଡ ର ମଢ଼ି ସାହିରେ ଦେଖି ବାକୁ ମିଳିଥିଲା ଭକ୍ତ ଙ୍କ ଜନ ସମୁଦ୍ର ଭିଡ l ସମସ୍ତ ଭକ୍ତ ରଥ ପାଖକୁ ଜାଇ ଧୂପ ଦୀପ ଦେଇ ବନ୍ଦା ପନା କରି ଅରୁଆ ଚାଉଳ ଓ ଗୁଆ ସ୍ୱାଗତ କରିଥିଲେ l ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ପ୍ରକଳ୍ପ ର ପ୍ରସାର ପାଇଁ କାମାକ୍ଷାନଗର ବ୍ଲକ ର ସୁଯୋଗ୍ୟ ସନ୍ତାନ ଖଣି ଇସ୍ପାତ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ନଗରପାଳ ଧର୍ମାନନ୍ଦ ପରିଡା ଓ ଉପ ନଗରପାଳ ଶକୁନ୍ତଳା ସେଠି ଙ୍କ ସମେତ ବୁହୁ ଜଗନ୍ନାଥ ପ୍ରେମି ଉପସ୍ଥିତ ରହି ସ୍ୱାଗତ ଜଣାଇଥିଲେ l
