ଶ୍ରୀ ସଞ୍ଜୟ କୁମାର ସାହୁ ଙ୍କୁ ରାଜ୍ୟ ଓବିସି ବିଭାଗ ସମ୍ପାଦକ ଭାବରେ ନିୟୋଜିତ
ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶ୍ରୀ ସଞ୍ଜୟ କୁମାର ସାହୁ ଙ୍କୁ ରାଜ୍ୟ ଓବିସି ବିଭାଗ ସମ୍ପାଦକ ଭାବରେ ନିୟୋଜିତ କରାଯାଇଛି। ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ରୁ ୧୯୯୫ ମସିହାରେ ଡି ଏ ଭି ମହାବିଦ୍ୟାଳୟ ଟିଟିଲାଗଡ଼ ରୁ ବାଣିଜ୍ୟରେ ଗ୍ରାଜୁଏଶନ୍ ଶିକ୍ଷା ସାରି ଦିଲ୍ଲୀ ରେ ସି.ଏ ପାଠ ପଢିଥିଲେ । ତାପରେ ଲ ପାଠ୍ୟକ୍ରମରେ ମଧ୍ୟ ସଫଳତା ହାସଲ କରିଥିଲେ। ସେ ପରୋକ୍ଷ ଭାବେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ରାଜନୀତୀ ରେ ଥାଇ ଦାଦନ ପ୍ରବଣ ଅଞ୍ଚଳରେ ଗରିବ ଲୋକଙ୍କ ଦୁର୍ଦ୍ଦଶା ସହି ନପାରି , ପ୍ରତିନିଧିତ୍ବ କରିବା ର ନିଷ୍ପତ୍ତି ନେଇଛନ୍ତି ।
