ଶ୍ରୀମନ୍ଦିରରେ ପୁରୀ ବାସୀ ଙ୍କ ସୁବିଧା ପ୍ରବେଶ କୁ ନେଇ ଶ୍ରୀମନ୍ଦିର ସେବାୟତ ସଂଘ ପକ୍ଷରୁ ଦାବିପତ୍ର

ଶ୍ରୀମନ୍ଦିରରେ ପୁରୀ ସହରବାସୀଙ୍କ ସହଜ ପ୍ରବେଶ ପାଇଁ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକଙ୍କୁ ଭେଟି ପୁର୍ନବାର ଦାବିପତ୍ର ଦେଲେ ଶ୍ରୀମନ୍ଦିର ସେବାୟତ ସଂଘ। ଶ୍ରୀମନ୍ଦିରର ବରିଷ୍ଠ ସେବକ ମାନେ ଆଜି ଜିଲ୍ଲାପାଳଙ୍କୁ ଭେଟି ସହରବାସୀ କିଭଳି ସୁବିଧାରେ ମନ୍ଦିର ଯାଇ ପାରିବେ ସେନେଇ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ଶ୍ରୀମନ୍ଦିର ସେବକମାନେ ପୁରୀବାସୀ ମାନେ ନିଜର ପରିଚୟପତ୍ର ଦେଖାଇ ଯେକୌଣସି ଏକ ଦ୍ୱାର ଦେଇ ପ୍ରବେଶ କରିବାକୁ ଜିଲ୍ଲାପାଳଙ୍କୁ କହିଥିଲେ। ପୂର୍ବରୁ ପୁରୀବାସୀ ମାନେ ଅନେକ ତ୍ୟାଗ କରିଥିବାରୁ ସେମାନଙ୍କୁ ପରିଚୟପତ୍ର ଦେଖାଇ ଶ୍ରୀମନ୍ଦିର ପ୍ରବେଶର ଅନୁମତି ଯଥାଶୀଘ୍ର ପ୍ରଶାସନ ଦେଉ ବୋଲି ସେବାୟତ ସଂଘ ଦାବି କରିଛି । ବହିରାଗତ ଭକ୍ତଙ୍କ ପରି ସହରବାସୀ ଦୀର୍ଘସମୟ ଧରି ଲମ୍ବା ଲାଇନ୍ ରେ ଯାଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅନେକ କଷ୍ଟ ଭୋଗୁ ଥିବାରୁ ତାଙ୍କ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ଶ୍ରୀମନ୍ଦିର ସେବକ ସଂଘ। ତେବେ ପୂର୍ବରୁ ପୁରୀବାସୀଙ୍କ ଦର୍ଶନ ପାଇଁ ଏମାରମଠ ଚକଡାରେ ହଜାରହଜାର ସଂଖ୍ୟାରେ ବୁଦ୍ଧିଜୀବୀ,, ମହିଳା,, ସେବାୟତ,,ଆଇନଜୀବୀ ପ୍ରଭୃତି ସବୁ ବର୍ଗର ଲୋକମାନେ ଏକାଠି ହୋଇ ମହାପ୍ରଭୁଙ୍କ ଉଦେଶ୍ୟରେ ପ୍ରଦୀପ ପ୍ରଜ୍ୱଳନ କରିଥିଲେ। ସେପଟେ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ପୁରୀବାସୀଙ୍କ ଦର୍ଶନ ଓ ସେବାୟତ ସଂଘର ଦାବିପତ୍ର ଉପରେ ପ୍ରତିକ୍ରିୟା ରଖିଛନ୍ତି। ଜିଲ୍ଲାପାଳ କହିଛନ୍ତି ପୁରୀବାସୀଙ୍କ ସହଜ ଦର୍ଶନ ପାଇଁ ବିଚାରବିମର୍ଶ ଚାଲିଛି,,, ଶ୍ରୀମନ୍ଦିର ପ୍ରଶାସନ ସହ ମଧ୍ୟ ଆଲୋଚନା ଚାଲିଛି। ପରିଚୟପତ୍ର ସହ କିଛି ଏରିଆ ଇସୁ ରହିଥିବାରୁ ଏନେଇ ଆଲୋଚନା କରାଯାଉଛି ଏବଂ ପୁରୀବାସୀଙ୍କ ଦର୍ଶନ ସମୟରେ କାହାର ଯେମିତି କିଛି ଅସୁବିଧା ହେବ ନାହିଁ ଏବଂ ଦର୍ଶନ ଶୃଙ୍ଖଳିତ ହୋଇପାରିବ ସେନେଇ ଆଗାମୀ ଦିନରେ ଛତିଶାନିଯୋଗ ଓ ପରିଚାଳନା କମିଟି ସହ ଆଲୋଚନା କରାଯାଇ ଏକ ଏସଓପି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Leave a Reply

Your email address will not be published. Required fields are marked *