ଜାଲରେ ପଡ଼ିଲେ ଶିବ ପାର୍ବତୀ

ଜାଲରେ ପଡ଼ିଲେ ଶିବ ପାର୍ବତୀ

କୋଣାର୍କ – ମାଛ ଧରାଳିଙ୍କ ଜାଲରେ ଲାଗିଛି ୩୦ କେଜିର ଅଷ୍ଟଧାତୁ ମୂର୍ତ୍ତି । ପୁରୀ କୋଣାର୍କ ବେଳାମାର୍ଗରେ ଥିବା ବେଲଦଳ ଗ୍ରାମର ଚନ୍ଦ୍ରମଣି ସ୍ୱାଇଁଙ୍କ ପୁତ୍ର ପ୍ରକାଶ ଚନ୍ଦ୍ର ସ୍ୱାଇଁ (୪୫) ମଙ୍ଗଳବାର ଭୋର୍‌ରୁ ନୂଆନଈ ବ୍ରିଜ ତଳେ ମାଛ ଧରୁଥିଲା ବେଳେ ମାଛ ସହ ଏକ ୩୦ କେଜିରୁ ଊଦ୍ଧ୍ୱର୍ ଓଜନର ଶିବପାର୍ବତୀ ମୂର୍ତ୍ତି ଜାଲରେ ଲାଗିଥିଲା । ପୁରୀ କୋଣାର୍କ ମୁଖ୍ୟ ରାସ୍ତା ପୁରୀ ସଦର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ଆସ୍ଥାନରେ ବାବା ବାନାମ୍ବରେଶ୍ଵର ଲେଖା ରହିଛି । ଏହି ଅଷ୍ଟଧାତୁ ମୂର୍ତ୍ତିର ଉଚ୍ଚତା ପାଖାପାଖି ୨ ଫୁଟ ହେବ । ଏହା ସହ ଏକ ଆସ୍ଥାନ ମଧ୍ୟ ଜାଲରେ ପଡ଼ିଥିଲା । ଜାଲ ଓଜନିଆ ଲାଗିବାରୁ ମାଛ ଧରୁଥିବା ପୂର୍ଣ୍ଣଚନ୍ଦ୍ର ବଡ଼ ମାଛଟେ ଲାଗିଥିବା ଭାବି ଜାଲ ଉଠାଇ ମୂର୍ତ୍ତିକୁ ଦେଖି ସେ ଚମକି ପଡ଼ିଥିଲେ । ଏହାକୁ ସେ ଘରକୁ ଆଣିଥିଲେ । କିଏ କେଉଁଠୁ ଆଣି ଚୋରିକରି ଫିଙ୍ଗିଥିବା ଭାବି ପୋଲିସକୁ ଖବର ଦେଇଥିଲେ ।

Leave a Reply

Your email address will not be published. Required fields are marked *