ଭାଇଭଉଣୀଙ୍କ ଆତ୍ମହତ୍ୟା
ସକାଳେ ଭାଇ ଆତ୍ମହତ୍ୟା କରିବା ପରେ ମଧ୍ୟାହ୍ନରେ ଝୁଲି ପଡ଼ିଥିଲେ ଭଉଣୀ।ମୃତ ଭାଇଭଉଣୀଗୋଟିଏ ଦିନରେ ଗୋଟିଏ ପରିବାରର ଦୁଇ ଜଣ ସଦସ୍ୟଙ୍କର ଆତ୍ମହତ୍ୟା! ମୃତକ ଦ୍ୱୟ ସଂପର୍କରେ ଭାଇଭଉଣୀ। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା କୋଠାର ଗାଁରେ।ଗାଁର ବିଦ୍ୟାଧର ବେହେରାଙ୍କ ପୁଅ ସନାତନ ବେହେରା ଆଜି ସକାଳେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ମଧ୍ୟାହ୍ନରେ ବିଦ୍ୟାଧର ବେହେରାଙ୍କ ବଡ଼ ଭାଇଙ୍କ ଝିଅ ଅର୍ଥାତ୍ ସନାତନଙ୍କ ବଡ଼ ବାପା ଝିଅ ନିରୁପମା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ନିରୁପମା ଘରେ ଆତ୍ମହତ୍ୟା କରିଥିଲେ।
