ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୫୦୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ କମ୍ବଳ ବଣ୍ଟନ
କାକଟପୁର- କାକଟପୁର ବ୍ଲକ ଅନ୍ତର୍ଗତ ବାଙ୍ଗୁରିଗାଁ ତେନ୍ତୁଳିଆ ନିକଟରେ ଭୁବନେଶ୍ୱରର ସାମାଜିକ ଅନୁଷ୍ଠାନ ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୫୦୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ଟ୍ରଷ୍ଟ ସଭାପତି ସତ୍ୟପ୍ରିୟ ବେହେରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ସମାଜସେବୀ ଶୈଲ୍ୟ ପାତ୍ର, ପାର୍ଥ ବାଉତ ପ୍ରମୁଖ ଯୋଗ ଦେଇଥିଲେ। ଟ୍ରଷ୍ଟ କାର୍ଯ୍ୟକାରୀ ସଭାପତି ତଥା ବିଜେପି ଯୁବନେତା ସାଂସଦ ପ୍ରତିନିଧି ରାକେଶ ବିଶ୍ଵାଳଙ୍କ ପରିଚାଳନାରେ ବାଙ୍ଗୁରିଗାଁ ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମର ଅସହାୟ ବୃଦ୍ଧ ବୃଦ୍ଧା ଓ ଗରିବ ଶ୍ରେଣୀର ୫୦୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଶୀତ ବସ୍ତ୍ର କମ୍ବଳ ବଣ୍ଟନ କରାଯାଇଥିଲା। ଆଗାମୀ ଦିନରେ ଅନେକ ସାମାଜିକ କାର୍ଯ୍ୟ ସହ ଲୋକଙ୍କ ଆବଶ୍ୟକତା ଅନୁସାରେ ସୁବିଧା ଓ ସେବା ଯୋଗାଇ ଦିଆଯିବ ବୋଲି ଟ୍ରଷ୍ଟ ପକ୍ଷରୁ ଘୋଷଣା କରାଯାଇଛି। ଏହି ଅବସରରେ ଯୋଗ ଦେଇଥିବା ସମସ୍ତ ବ୍ୟକ୍ତି ବିଶେଷ ମାନଙ୍କ ନିମନ୍ତେ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା।
