ପୁରୀ ଜିଲ୍ଲା ରେ ସିକିମ ଜମି ପଟ୍ଟା ପ୍ରଦାନ ସମାରୋହ
ପୁରୀ ଜିଲ୍ଲା ରେ ସିକିମ ଜମି ପଟ୍ଟା ପ୍ରଦାନ ସମାରୋହ।ପୁରୀ ୨୦/୨ ରାଜ୍ୟ ରେ ସିକିମ ସ୍ୱତ୍ୱ ଭାବେ ରେକର୍ଡ଼ ହୋଇଥିବା ଜମିର ଦଖଲକାରୀ ଙ୍କୁ ସେହି ଜମି ଉପରେ ସ୍ଥିତିବାନ ସ୍ୱତ୍ୱର ପଟ୍ଟା ପ୍ରଦାନ ଏକ ଲୋକାଭିମୁଖୀ ପଦକ୍ଷେପ।ବର୍ଷ ବର୍ଷ ଧରି ସେମାନେ ସେହି ଜମିରେ ରହୁଥିଲେ ମଧ୍ୟ ସେମାନଙ୍କ ର ଅଧିକାର ସେ ଜମିରେ ନ ଥିଲା।ଆଜି ଠାରୁ ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତି କ୍ରମେ ସେହି ଜମିର ମାଲିକ ସେହି ଦଖଲକାରୀ ମାନେ ହୋଇପାରିଛନ୍ତି। ଆଜି ଅପରାହ୍ନ ରେ ଟାଉନ ହଲ ପରିସରରେ ପୁରୀ ଜିଲ୍ଲାରେ ପଟ୍ଟା ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା।ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମାରୋହରେ ଯୋଗ ଦେଇ ଲୋକ ଙ୍କ ଆବଶ୍ୟକତା ପୂରଣ ଓ ଅସୁବିଧା କୁ ଦୂର ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ବୋଲି କହିଥିଲେ।୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଉପସ୍ଥିତ ରହି ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଢ ଇଛା ଶକ୍ତି ଦ୍ଵାରା ଏହା ସମ୍ଭବ ହୋଇ ପାରିଛି ବୋଲି କହିଥିଲେ।ପୁରୀ ଜିଲ୍ଲା ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ଯୋଜନା ବୋର୍ଡ ର ପୂର୍ବତନ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ନିଜ ଜାଗାରେ ରହି ମଧ୍ୟ ନିଜର ବୋଲି କହିପାରୁ ନ ଥିବା ଲୋକଙ୍କ ଅଧିକାର କୁ ସରକାର ସିକିମ ପଟ୍ଟା ମାଧ୍ୟମରେ ଯୋଗାଇ ଦେଇଛନ୍ତି ଯାହା ଏକ ଗର୍ବ ଓ ଗୌରବ ର କଥା।୬୦ ବର୍ଷ ଧରି ଶଙ୍କା ଓ ଦ୍ୱନ୍ଦ ରେ ଥିବା ଲୋକ ମାନଙ୍କୁ ରାଜ୍ୟ ସରକାରଙ୍କ ଏହା ଏକ ବଡ ଉପହାର ବୋଲି କହିଥିଲେ।ଜିଲ୍ଲାପାଳ ବିଜୟ କୁମାର ଦାଶ ଏଥିରେ ଅଧ୍ୟକ୍ଷତା କରିବା ସହ ଜିଲ୍ଲାର ୮୮୭୮ ଜଣ ଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଉଛି ବୋଲି କହିଥିଲେ। ଏହି ସମାରୋହରେ ୫୦୦ ଜଣଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଥିଲା।ମଞ୍ଚ ରେ ଉପସ୍ଥିତ ଥିବା ହିତାଧିକାରୀ ସଦର ତହସିଲର ରଞ୍ଜୁ ଭୋଇ ଜମି କୁ ନେଇ ସଂଶୟ ରେ ଥିବା ଆମ ମାନଙ୍କୁ ଜମି ମାଲିକ ବନାଇ ମୁଖ୍ୟମନ୍ତ୍ରୀ ଆମକୁ ବହୁତ ସମ୍ମାନ ଦେଇଛନ୍ତି । ଆମ ପର ପିଢ଼ି ପାଇଁ ଏହା ଏକ ସୁରକ୍ଷିତ ଅଧିକାର ବୋଲି କହି ମୁଖ୍ୟମନ୍ତ୍ରୀ ଙ୍କୁ ସେ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଉପଜିଲ୍ଲାପାଳ ଗୋପୀନାଥ କୁଅଁର,ସମସ୍ତ ତହସିଲଦାର, ଡେପୁଟି କଲେକ୍ଟର ସହଦେବ ସାହୁ ଓ ବିଭିନ୍ନ ତହସିଲ ରୁ ଆସିଥିବା ହିତାଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।
