ନୀରବ ମିତ୍ର

ଶୀର୍ଷକ _ନୀରବ ମିତ୍ର


ରୀତାରାଣୀ ଦାଶ
ବାଲେଶ୍ୱର

ହେ ମୋ ଅନ୍ତରର ଅକୁହା ନୀରବ
କହିବାକୁ ଇଛା ପ୍ରବଳ ମୋର
ସେତେବେଳେ ତୁମେ କେବଳ ହିଁ ମିତ୍ର
ନୀରବରେ ଶୁଣ କାହାଣୀ ଗୀର |

ତୁମର ସେ ନୀରବତା ଆଚରଣେ
ଅନ୍ତରର ଦୁଃଖ ବୁଝିବା ଶକ୍ତି
ତୁମେ ହିଁ ତ ମୋର ନୀରବର ମିତ୍ର
ଛାଡେନି କେବେ ଯେ ଛାୟା ସ୍ଥିତି |

ମୋ ଟିକି ହୃଦୟ ମଉନ ବାରତା
ତୁମେ ତ କେବଳ ବୁଝିବା ଲୋକ
ଅକାତ ଜଳରେ ଭାସିବାର ବେଳେ
ତୁମେ ହିଁ ଜାବୁଡି ଧରିବା ଶିଖ |

ହେ ବିରଳ ନିଧି ନୀରବ ନିଶ୍ଚଳ
ତୁଳନା ଯେ ନାହିଁ ତୁମ ବନ୍ଧୁତ୍ୱେ
ଅନ୍ତରେ ଗଭୀର ଚିନ୍ତାର ସ୍ରୋତରେ
ବନ୍ଧନରେ ବାଣ୍ଟଛ ମମତା କେତେ

ଶାନ୍ତ ମୁହୂର୍ତ୍ତରେ ପରିତୃପ୍ତି ଲାଭ
ଯାହା ଅସମ୍ଭବ କରେ ଦୁନିଆଁ
ଶ୍ରବଣର ଯୋଗ୍ୟ କର୍ଣ୍ଣର ସାହାରା
ପ୍ରେମାବଦ୍ଧ କ୍ଷଣ ଆରାମେ ବାୟା |

ନିଃଶବ୍ଦରେ ବୋଧ ହୃଦୟର ଭାଷା
ଅବୋଧ ଏ ଶବ୍ଦ ବହୁ ଜନରେ
ବନ୍ଧୁତାର ଏକ ଶୁଦ୍ଧ, ସତ୍ୟ, ସୂତ୍ର
ନୀରବର ମିତ୍ର ପ୍ରତି କ୍ଷଣରେ |

Leave a Reply

Your email address will not be published. Required fields are marked *