ଶିକ୍ଷକ ଙ୍କ ବିୟୋଗ ରେ ବିଦ୍ୟାଳୟ ରେ ନିରବ ପ୍ରାର୍ଥନା।
ରଘୁନାଥପୁର ତା ୬/୧୨:-ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ନିକଟ ଦାମଦରପୁର ମୁରୁଣିଆ ଗ୍ରାମର ସୁନାମଧନ୍ୟ ଶିକ୍ଷକ କ୍ଷେତ୍ର ମୋହନ ଲେଙ୍କା ଙ୍କ ୮୯ ବର୍ଷ ବୟସରେ ତାଙ୍କ ବାସଭବନରେ ପରଲୋକ ଘଟିଛି।ସେ ରଘୁନାଥପୁର ଶିକ୍ଷାମଣ୍ଡଳ ଅଧିନ ଗୋପାଳପୁର ସରକାରୀ ଉଚ୍ଚ ପ୍ରାର୍ଥମିକ ବିଦ୍ୟାଳୟ ର ପ୍ରଧାଶିକ୍ଷକ ଭାବେ ଦିର୍ଘଦିନ ଧରି ନିରବଛିନ୍ନ ଭାବେ ଶିକ୍ଷାଦାନ କରିବାସହ ଏହି ବିଦ୍ୟାଳୟ ର ଅନେକ ଉନ୍ନୟନ ମୂଳକ କାର୍ଯ୍ୟକରି ବେଶଚର୍ଚିତ ଥିଲେ। ଛାତ୍ରଛାତ୍ରୀ ଙ୍କ ଠାରୁ ଆରମ୍ଭକରି ଅଭିଭାବକମାନେ ତାଙ୍କୁ ଲେଙ୍କାସାର ବୋଲି ଡାକୁଥିଲେ।ସେଜଣେ ଛାତ୍ର ବତ୍ସଳ, ମିଠଭାଷି,ପରୋଉପକାରୀ,ଦୟାଳୁ ବ୍ୟକ୍ତି ଥିଲେ। ତାଙ୍କର ଅବର୍ତ୍ତମାନରେ ବିଦ୍ୟାଳୟ ସବୁବେଳେ ତାଙ୍କୁ ମନେପକାଇ ବ ବୋଲି ଏସ ଏମ୍ ସି ସଭାପତି କେଦାର ନାଥ ସାହୁ ବକ୍ତବ୍ୟ ରଖିଥିଲେ। ତାଙ୍କର ଅମରଆତ୍ମାର ସଦଗତି ନିମନ୍ତେ ଗୋପାଳପୁର ବିଦ୍ୟାଳୟ ପରିଷରରେ ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ମହାନ୍ତି ଙ୍କ ସଭାପତିତ୍ୱ ରେ ଛାତ୍ରଛାତ୍ରୀ,ଅଭିଭାବକ,ଶିକ୍ଷକ ନେତା ଜୟପ୍ରକାଶ ପଣ୍ଡା,ଶିକ୍ଷୟିତ୍ରୀ

ସୁଶ୍ରିସଂଙ୍ଗୀତା ଦାସ,ଦିପ୍ତି ମଲ୍ଲିକ,ପୁଷ୍ପାଞ୍ଜଳି ସ୍ବାଇଁ,କବିତା ରାଉତ,ପ୍ରଭାତିପ୍ରିୟା ବିଶ୍ବାଳ,ଆଲୁମିନା ସଭାପତି ଭାସ୍କର ପଟ୍ଟନାୟକ,ବିଦ୍ୟାଧର ମହାନ୍ତି,ବୈକୁଣ୍ଠ ଦାସ,ସମାଜସେବୀ ରତନ ସିହ୍ନା,ରେବତୀ ଦାସ,ପ୍ରଶାନ୍ତ ବୋଷ,ସତ୍ୟାନନ୍ଦ ସାହୁ,ଗାୟତ୍ରୀ ବୋଷ,ଭାବଗ୍ରାହୀ ସାହୁ,ପଦ୍ଵଚରଣ ସାହୁ,ସୁବଳ ଚରଣ ସାହୁ,ତପନ ସିହ୍ନା,ଡାକ୍ତର ମଦନମୋହନ ସାହୁ,ସ୍ନେହଁଲତା ସାହୁ,କ୍ଷୀରୋଦ ଚନ୍ଦ୍ର. ଦାସ,ମାନସ ରଂଜନ ଦାସ,ରତନ ହାଜର ପ୍ରମୁଖ ଉପସ୍ଥିତ ରହି ଶୋକସଭା କରିବା ସହ ୨ମିନିଟ ନିରବ ପ୍ରାର୍ଥନା କରିଥିଲେ।
