ରୌପ୍ୟ ଜୟନ୍ତୀ ଉତ୍ସବ
ବଳଙ୍ଗା, ତା 17/1,ଆଜି ବଳଙ୍ଗା ବେରବୋଇ ସ୍ଥିତ ଲଙ୍କେଶ୍ୱରୀ ମହିଳା ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ଉତ୍ସବ ଅନୁଷ୍ଠାନ ର ପରିସର ରେ ଅନୁଷ୍ଠିତ ହୋଇଯାଇଛି. ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ ପୂର୍ବତନ ପରିଚାଳନା କମିଟି ସଭାପତି ଡା. ସରୋଜ ବିହାରୀ ପତି. ପିପିଲି ର ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ. ବାର୍ଷିକ ବିବରଣୀ ପାଠ କରିଥିଲେ ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ମହାପାତ୍ର. ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଠ ଅଧିବକ୍ତା ସୁଧୀର ଚରଣ ମହାନ୍ତି. ପୂର୍ବତନ ପରିଚାଳନା କମିଟି ସମ୍ପାଦକ ମହେଶ ପ୍ରସାଦ ରଥ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ. ଉକ୍ତ ଅନୁଷ୍ଠାନ ପ୍ରତିଷ୍ଠା ରେ ସହଯୋଗ କରିଥିବା ଆଠ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା. ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଂକୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ଶ୍ରୀବତ୍ସ ଓ ଅଧ୍ୟାପକ ପ୍ରଶାନ୍ତ କୁମାର ଜେନା ପରିଚାଳନା କରିଥିଲେ. ଶେଷରେ ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା. ଆଗାମୀ କାଲି ଦ୍ଵିତୀୟ ଦିନ ର କାର୍ଯ୍ୟକ୍ରମ ଦିନ 11ଟା ସମୟରେ ଆରମ୍ଭ ହେବ.
