ଆନନ୍ଦପୁର ଶାସ୍ତ୍ରୀୟ ଓଡିଶୀ ସଂଗୀତ ମହାବିଦ୍ୟାଳୟ ର ରୌପ୍ୟ ଜୟନ୍ତୀ ଉତ୍ସବ ଅନୁଷ୍ଠିତ
ଆନନ୍ଦପୁର ବଡଦାଣ୍ଡ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। ଅନ୍ୟତମ ଅତିଥି ରୂପେ ଆନନ୍ଦପୁର ମୁନିସିପାଲିଟି ର ପୂର୍ବତନ ନଗରପାଳ ଶ୍ରୀ ରାମଚନ୍ଦ୍ର ସାହୁ, ବିଜେପି ଜିଲ୍ଳା ସଂପାଦକ ଶ୍ରୀ ଦୀପକ କୁମାର ଜେନା, ସମବାୟ କର୍ମଚାରୀ ସଂଘ ନେତା ଶ୍ରୀ ଶରତ ଚନ୍ଦ୍ର ସେଠୀ, ବିଶିଷ୍ଟ କଳାକାର ଶ୍ରୀ ହରମୋହନ ଖୁଣ୍ଟିଆ, ଓଡିଶା ଖଣି ନିଗମ ଶୁଆକାଠୀ ମୁଖ୍ୟ ପରିଚାଳକ ଶ୍ରୀ ସୌମ୍ୟରଞ୍ଜନ ମହାନ୍ତି, ପଡିଆବେଢା କଲେଜ ଅଧ୍ୟକ୍ଷ ଶ୍ରୀ ବ୍ରଜେନ୍ଦ୍ର ପରିଡ଼ା, ଉପଦେଷ୍ଟା ଶ୍ରୀ ପ୍ରଦୀପ କୁମାର ହଜାରୀ, ବିଜୟ କୁମାର ସୂର ଓ ସଂଗୀତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଶମ୍ଭୁନାଥ ରଣା ପ୍ରମୁଖ ରୌପ୍ୟ ଜୟନ୍ତୀ ଉତ୍ସବ ରେ ଯୋଗଦାନ କରିଥିଲେ। ସଂଗୀତ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ନାଚ ଗୀତ, ସଂଗୀତ ଓ ନାଟକ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶତାଧିକ ଦର୍ଶକ ଉପସ୍ଥିତ ରହିଥିଲେ।
