ସରସ୍ବତୀ ଶିଶୁ ମନ୍ଦିରର ରଜତ ଜୟନ୍ତୀ ସମାରୋହ ଉଦଯାପିତ

ରାହାମା-୧୧/୫-ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଳକ କାଠକୋଟ ପଞ୍ଚାୟତରେ ଥିବା ମାତାମଠ ସରସ୍ଵତୀ ଶିଶୁ ମନ୍ଦିରର ରଜତ ଜୟନ୍ତୀ ସମାରୋହ ରବିବାର ଦିନ ଉଦଯାପିତ ହୋଇଛି। ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସଂପଦ ଚନ୍ଦ୍ର ସ୍ବାଇଁ ମୁଖ୍ୟ ଅତିଥି, ସ୍ଥାନୀୟ ସରପଞ୍ଚ ଜ୍ୟୋତ୍ସ୍ନା ରାଣୀ ପଟ୍ଟନାୟକ, ପରିଚାଳନା କମିଟିର ପୂର୍ବତନ ସଂପାଦକ ମୁରଲୀଧର ବେହୁରା, ପ୍ରଧାନ ଆଚାର୍ଯ୍ୟ ରଞ୍ଜନ କୁମାର ଜେନା, ସଭାପତି ଆଲୋକ ସାମନ୍ତରାୟ, ସଂପାଦକ କ୍ଷୀରୋଦ ଚନ୍ଦ୍ର ଦାଶ, ସରପଞ୍ଚଙ୍କ ପ୍ରତିନିଧି ପ୍ରିୟଦର୍ଶି ପଟ୍ଟନାୟକ,ଦୀଲିପ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ କୃତି ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ରଜତ ଜୟନ୍ତୀ ସମାରୋହରେ ବରିଷ୍ଠ ସାମ୍ବାଦିକ ନୃସିଂହ ଚରଣ ବାରିକ, ସାମ୍ବାଦିକ ରଞ୍ଜିତ ମଲ୍ଲିକଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା।

ଚଳିତ ମାସ ୯,୧୦ ଓ ୧୧ ତାରିଖ ତ୍ରୀଦିବସିୟ କାର୍ଯ୍ୟକ୍ରମରେ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନାରେ ପୂର୍ଣ୍ଣ ସହଯୋଗ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ବାରା ନାଚଗୀତ ଆଜି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ଅଭିଭାବକ ଏବଂ ମହିଳା ଓ ପୁରୁଷ ବହୁ ସଂଖ୍ୟାରେ ଯୋଗଦେଇଥିବା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *